Categories: ବାଣିଜ୍ୟ

ଟ୍ରେଣ୍ଡସ୍‌ ପକ୍ଷରୁ ମେଧାବୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୮।୬: ରିଲାଏନ୍ସ ରିଟେଲର ପୋଷାକ ଓ ଆସେସୋରିଜ୍‌ ସ୍ପେଶାଲିଟି ଚେନ୍‌ ‘ଟ୍ରେଣ୍ଡସ୍‌’ର ଓଡ଼ିଶା ୟୁନିଟ୍‌ ପକ୍ଷରୁ ଚଳିତ ବର୍ଷ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରୀଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ସେମିଳିଗୁଡ଼ା, ଯାଜପୁର ଟାଉନ, ଚାନ୍ଦବାଲି, ତାଳଚେର,
ନିମାପଡ଼ା ଓ ରାଜସୁନାଖଳାଠାରେ ଥିବା ଟ୍ରେଣ୍ଡସ୍‌ ଆଉଟ୍‌ଲେଟ ପକ୍ଷରୁ ଚଳିତ ବର୍ଷ ଦଶମ ଓ ଦ୍ୱାଦଶ ପରୀକ୍ଷାରେ କୃତକାର୍ଯ୍ୟ ସହ ଉତ୍କର୍ଷ ହାସଲ କରିଥିବା ମେଧାବୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

Share