Categories: ବାଣିଜ୍ୟ

ବିଜିୟୁର ନବାଗତ ଏମ୍‌ବିଏ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୮।୭: ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ) ପକ୍ଷରୁ ଶୁକ୍ରବାର ଏକ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଶିକ୍ଷାନୁଷ୍ଠାନର କ୍ୟାମ୍ପସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଉକ୍ତ ଉତ୍ସବରେ ୨୦୨୩-୨୫ ବ୍ୟାଚ୍‌ର ମାଷ୍ଟର ଅଫ୍‌ ବିଜ୍‌ନେସ୍‌ ଆଡ୍‌ମିନିଷ୍ଟ୍ରେଶନ (ଏମ୍‌ବିଏ) ନବାଗତ ଛାତ୍ରୀଛାତ୍ରମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଷ୍ଟାଗ୍‌ ଇଣ୍ଟରନ୍ୟାଶନାଲ ଇଣ୍ଡିଆର ଅଧ୍ୟକ୍ଷ ରାକେଶ କୋହଲି ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ଷ୍ଟାଗ୍‌ ଇଣ୍ଟରନ୍ୟାଶନାଲର ନିର୍ଦ୍ଦେଶିକା ତଥା ଜଣାଶୁଣା ଅଭିନେତ୍ରୀ ମୋନିକା କୋହଲି ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ଏହି ଅବସରରେ ବିଜିୟୁର କୁଳପତି ଡ. ପି.ପି.ମାଥୁର ସର୍ବଦା କାର୍ଯ୍ୟରେ ନିରନ୍ତରତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ବିଜିୟୁର ରେଜିଷ୍ଟ୍ରାର ଡ. ବି.କେ.ଦାଶ ଏମ୍‌ବିଏ ପାଠ୍ୟକ୍ରମର ଭବିଷ୍ୟତ ଓ ଏହାର ସୁବିନିଯୋଗ ସମ୍ପର୍କରେ ଛାତ୍ରୀଛାତ୍ରମାନଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ। ଅପରପକ୍ଷରେ ବିର୍ଲା ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟର ଡିନ୍‌ ଡ. ପି.ନାୟକ ସ୍ବାଗତ ଅଭିଭାଷଣ ଦେବା ସହ ଏମ୍‌ବିଏ ପାଠ୍ୟକ୍ରମର ଗୁରୁତ୍ୱ ଉପରେ ବିସ୍ତୃତ ସୂଚନା ଦେଇଥିଲେ ଏବଂ ଛାତ୍ରୀଛାତ୍ରମାନେ ଠିକ୍‌ ସ୍ଥାନରେ ଠିକ୍‌ କାର୍ଯ୍ୟ କରିବା ଉଚିତ ବୋଲି ସେ ଉପଦେଶ ଦେଇଥିଲେ। ପରିଶେଷରେ ବିଜିୟୁର ଏମ୍‌ବିଏ ପ୍ରୋଗ୍ରାମର କୋ-ଅର୍ଡିନେଟର ଡ. ଅର୍ଚ୍ଚନା ଚୌଧୁରୀ ଧନ୍ୟବାଦ ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ, ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବରେ ବିଭିନ୍ନ ବିଭାଗର ଡିନ୍‌,ଫାକଲ୍ଟି ସଦସ୍ୟ, ଅଭିଭାବକ ଏବଂ ଏମ୍‌ବିଏର ନବାଗତ ଛାତ୍ରୀଛାତ୍ରମାନ ଉପସ୍ଥିତ ଥିଲେ।

Share