ରାୟପୁର,୨୪ ।୨: ଛତିଶଗଡ଼ର ରାଜଧାନୀ ରାୟପୁରରେ ୨୪ ଫେବୃୟାରୀ ଅର୍ଥାତ୍ ଶୁକ୍ରବାରଠାରୁ କଂଗ୍ରେସର ରାଷ୍ଟ୍ରୀୟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ଗୁରୁବାରଠାରୁ ରାୟପୁରରେ ପହଞ୍ଚି ସାରିଛନ୍ତି । ରାହୁଲ ଗାନ୍ଧୀଙ୍କ ସମେତ ବହୁ ନେତା ଏହି ଅଧିବେଶନରେ ଶୁକ୍ରବାର ସାମିଲ ହେବେ । ୨୫ ଫେବୃୟାରୀରେ ପ୍ରିୟଙ୍କା ଗାନ୍ଧୀ ରାୟପୁରରେ ପହଞ୍ଚିବେ ।
କଂଗ୍ରେସର ଏହି ଅଧିବେଶନ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଅଧିବେଶନ ସ୍ଥଳରେ ସମସ୍ତ ଡୋମ ଏୟାର କଣ୍ଡିଶନର ପ୍ରସ୍ତୁତ କରାଯାଇଛି । ଏଠାରେ ଭିନ୍ନ ଭିନ୍ନ ଏଲଇଡି ସ୍କ୍ରିନ ଲଗାଯାଇଛି । କଂଗ୍ରେସର ରାଷ୍ଟ୍ରୀୟ ଅଧିବେଶନର ଡୋମରେ ସମସ୍ତ ଭିଆଇପି ରହିବେ । ଏଥିପାଇଁ ଏକ ବଡ ମଞ୍ଚ ତିଆରି କରାଯାଇଛି । ଏହା ଥିମ ବେସ୍ଡ । ଅଧିବେଶନରେ ୧ ହଜାର ସଦସ୍ୟ ଯୋଗ ଦେବା ଅନୁମାନ କରାଯାଇଛି ।