Categories: ଜାତୀୟ

ସଂସଦର ବିଶେଷାଧିକାର କମିଟି ସାମ୍ନାରେ ନିଜର ପକ୍ଷ ରଖିବେ ଅଧିର ରଂଜନ

ନୂଆଦିଲ୍ଲୀ, ୧୮।୮: ସଂସଦରେ ଅସଂସଦୀୟ ବ୍ୟବହାର ପାଇଁ ଲୋକସଭାରେ କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀଙ୍କୁ ନିଲମ୍ବନ କରାଯାଇଥିଲା। ସଂସଦର ବିଶେଷାଧିକାର କମିଟି ଆଧୀରଙ୍କ ନିଲମ୍ବନର କାରଣକୁ ଯାଞ୍ଚ କରୁଛି। ଶୁକ୍ରବାର କମିଟିର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ସୂଚନାଯୋଗ୍ୟ, ସଂସଦର ମୌସୁମୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଦେଇଥିବା ଟିପ୍ପଣୀ ଯୋଗୁଁ ଅଧିର ରଂଜନ ସଂସଦରୁ ନିଲମ୍ବିତ ହୋଇଥିଲେ। ତେବେ ଅଧିରଙ୍କୁ ଏହି ମାମଲାରେ ନିଜ ପକ୍ଷ ରଖିବାକୁ ସୁଯୋଗ ଦେବାକୁ କମିଟି ନିଷ୍ପତ୍ତି ନେଇଛି। ୩୦ ଅଗଷ୍ଟରେ ଅଧିରଙ୍କୁ ବିଶେଷାଧିକାର କମିଟିରେ ହାଜର ହେବାକୁ କୁହାଯାଇଛି।

Share