Categories: ଜାତୀୟ

ଭାଜପା ଉପରେ କଂଗ୍ରେସର ଗୁରୁତର ଅଭିଯୋଗ, ସୁରଜଓ୍ବୋଲା କହିଲେ ଖାର୍ଗେଙ୍କ ପରିବାରକୁ ହତ୍ୟା କରିବାକୁ ହେଉଛି ଯୋଜନା

ନୂଆଦିଲ୍ଲୀ,୬।୫: କର୍ନାଟକ ବିଧାନସଭା ନିର୍ବାଚନ ୨୦୨୩ ପୂର୍ବରୁ ରାଜନୀତି ଏବେ ଚରମ ସୀମାରେ ପହଞ୍ଚିଛି। ପ୍ରାୟ ସମସ୍ତ ବଡ ବଡ ରାଜନୈତିକ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ଏବେ କଂଗ୍ରେସ ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଗୁରୁତର ଅଭିଯୋଗ ଆଣିଛି। ଦଳ କହିଛି କି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ପରିବାରକୁ ହତ୍ୟା କରିବାକୁ ଯୋଜନା ହେଉଛି। କଂଗ୍ରେସ ଭାଜପା ନେତାଙ୍କ ଉପରେ ଏହି ଅଭିଯୋଗ ଆଣିଛନ୍ତି।

କଂଗ୍ରେସ ନେତା ରଣଦୀପ ସିଂ ସୁରଜଓ୍ବୋଲା କହିଛନ୍ତି, ଭାଜପା ନେତା ଏବେ ମଲ୍ଲିକାର୍ଜୁନ ଖାର୍ଗେ ଓ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରିବାକୁ ଯୋଜନା କରୁଛନ୍ତି। ଏହା ଏବେ ଚିତ୍ତପୁରରୁ ଭାଜପାର ପ୍ରାର୍ଥୀଙ୍କ ରେକର୍ଡିଂରୁ ସ୍ପଷ୍ଟ ହୋଇଛି, ଯେକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବୋମ୍ମଇଙ୍କ ବଡ ପ୍ରଶଂସକ।
ସୁରଜଓ୍ବେରାଲା କହିଛନ୍ତି, ଭାଜପା ପ୍ରଜାତନ୍ତ୍ରର ହତ୍ୟା କରୁଛି ଓ ଏବେ ବିରୋଧିଙ୍କ ହତ୍ୟାର ଯୋଜନା ବି ସାମ୍ନାକୁ ଆସୁଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରି ଅମିତ ଶାହା କର୍ନାଟକରେ ସମ୍ବିଧାନର ପରିହାସ କରିଛନ୍ତି। ଭାଜପା ଏତେ ତଳକୁ ଖସି ଯାଇଛି କି ସେ ଏବେ ମଲ୍ଲିକାର୍ଜୁନ ଖାର୍ଗେଙ୍କ ହତ୍ୟା କଥା ଚିନ୍ତା କରିଛି। ଭାଜପାକୁ କର୍ନାଟକର ଜନତା ଗ୍ରହଣ କରୁ ନ ଥିବାରୁ ସେ ଏଥିପାଇଁ ଚିନ୍ତାରେ ପଡିଯାଇଛି।

Share