Categories: ଜାତୀୟ

‘ଆମେରିକାରେ ମୋଦି କରିଛନ୍ତି ୨୫ ହଜାର କୋଟି ଟଙ୍କାର ଡିନର’, ୟୁଏସ ସହ ଡ୍ରୋନ ଡିଲକୁ ନେଇ କହିଲା କଂଗ୍ରେସ

ନୂଆଦିଲ୍ଲୀ,୨୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ସହ କରିଥିବା ପ୍ରତିରକ୍ଷା ଡିଲକୁ ନେଇ ବୁଧବାର କଂଗ୍ରେସ ବଡ ଧରଣର ଅଭିଯୋଗ କରିଛି। କଂଗ୍ରେସ ପ୍ରବକ୍ତା ପଓ୍ବନ ଖେଡା ଏକ ପ୍ରେସ କନଫରେନ୍ସକୁ ସମ୍ବୋଧିତ କରି ଅଭିଯୋଗ କରିଛନ୍ତି କି ପ୍ରଧାନମନ୍ତ୍ରୀ ଆମେରିକାରେ ୨୫ ହଜାର କୋଟି ଟଙ୍କାର ଡିନର କରି ଆସିଛନ୍ତି। ତାଙ୍କର ଏହି ଇସାର ମୋଦିଙ୍କ ଆମେରିକା ଗସ୍ତ ସମୟରେ ୩୧ ପ୍ରିଡେଟର ଡ୍ରୋନ କ୍ରୟ ଆଡକୁ ଯାଉଛି।

ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଯାଇ ପ୍ରତିରକ୍ଷା ଚୁକ୍ତି କ୍ରୟକୁ ଏକପାଖିଆ ଭାବେ ସ୍ବାକ୍ଷର କରିଥିଲେ। କଂଗ୍ରେସ ଅଭିଯୋଗ କରିଛି ଯେ ଅନ୍ୟ ଦେଶ ତୁଳନାରେ ମୋଦି ପ୍ରିଡେଟର ଡ୍ରୋନ ୩ଗୁଣ ଅଧିକ ମୂଲ୍ୟରେ କିଣିଛନ୍ତି। କଂଗ୍ରେସ ଅଭିଯୋଗ କରିଛି ଯେ ଡ୍ରୋନ ପିଛା ୮୮୦ କୋଟି ଟଙ୍କା ମୂଲ୍ୟରେ ଏକ ପ୍ରିଡେଟର ଡ୍ରୋନ କ୍ରୟ କରାଯାଇଛି। ସେ ପ୍ରଶ୍ନ କରିଛନ୍ତି ଯେ ଏହି ଡିଲରୁ କିଏ ଲାଭ ପାଇବାକୁ ଚେଷ୍ଟା କରୁଛି।

Share