Posted inଜାତୀୟ

ଅଟଳ ସେତୁ ରାସ୍ତାରେ ଫାଟ, ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ, ୨୧।୬: ଭାରତର ଦୀର୍ଘତମ ସେତୁର ରାସ୍ତାରେ ଫାଟ ସୃଷ୍ଟି ହୋଇଛି । ଅଟଳ ବିହାରୀ ବାଜପେୟୀ ସେୱରି-ନହାଭ ସେବା ସେତୁ ନାମରେ ନାମିତ ଏହି ସେତୁକୁ ମୁମ଼୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ୍‌ ବୋଲି ମଧ୍ୟ କୁହାଯାଏ । ଏହି ସେତୁର ପ୍ରସ୍ଥାନ ରାସ୍ତା ଅର୍ଥାତ ନଭି ମୁମ଼୍ବାଇ ଆଡ଼କୁ ପଡ଼ିଥିବା ରାସ୍ତାରେ ଫାଟ ଦେଖିବାକୁ ମିଳିଛି । ଏହି ସେତୁକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ମାସ ପୂର୍ବେ ଉଦ୍‌ଘାଟନ କରିଥିଲେ ।

ଏହି ସେତୁର ରାସ୍ତାରେ ଫାଟକୁ ନେଇ ଏବେ ରାଜନୀତି ତେଜିଛି । ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ ଉକ୍ତ ସ୍ଥାନ ଗସ୍ତ କରି ସ୍ଥିତି ପରିଖିବା ସହିତ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, ମୁଁ ଏଠାକୁ ଆପଣଙ୍କୁ ଯାହା ଦେଖାଇବାକୁ ଆସିଛି ତାହା ଖାଲି ଅଭିଯୋଗ ନୁହେଁ । ରାଜ୍ୟ ସରକାର କହୁଛନ୍ତି ଆମେ ଲୋକଙ୍କ ପାଇଁ କାମ କରୁଛୁ । କିନ୍ତୁ ଆପଣମାନେ ଦେଖନ୍ତୁ ଏଠି କେଉଁଭଳି ଦୁର୍ନୀତି ହୋଇଛି । ଟଙ୍କା ନେଇ ସେମାନେ ନିଜର ପକେଟ୍‌ ଭର୍ତ୍ତି କରୁଛନ୍ତି । କିନ୍ତୁ ଲୋକଙ୍କ ଜୀବନକୁ ବିପଦରେ ପକାଇବାକୁ ସେମାନଙ୍କୁ କିଏ ଅଧିକାର ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିସହିତ ଦୁର୍ନୀତିଗ୍ରସ୍ତ ସରକାରକୁ କିପରି ହଟାଯିବ ଜନତା ଏଥିପାଇଁ ଯୋଜନା କରନ୍ତୁ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଥରିଲା ଲଦାଖଠାରୁ ଜମ୍ମୁ-କଶ୍ମୀର ପର୍ଯ୍ୟନ୍ତ

ଜମ୍ମୁ,୧୪।୩: ହୋଲି ଦିନ, ଭାରତର ଉତ୍ତର ଭାଗରେ ଭୋର ସମୟରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ଲଦାଖର କାରଗିଲରେ ୫.୨ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏହି...

ଶିକ୍ଷକଙ୍କ ସହ ପ୍ରାତଃ ଭ୍ରମଣ ରୋକିବ ଛାତ୍ର ଆତ୍ମହତ୍ୟା

ନୂଆଦିଲ୍ଲୀ,୧୪ା୩ (ପି.ଟି.): ଦେଶରେ ପ୍ରତିବର୍ଷ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ବଢ଼ିବାରେ ଲାଗିଛି। ପିଲାମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇବା ଚିନ୍ତାର କାରଣ ହୋଇଥିବାବେଳେ ଏହାକୁ ରୋକିବା...

୨ ପୁଅ, ସ୍ତ୍ରୀଙ୍କ ସହ ଡାକ୍ତରଙ୍କ ଆତ୍ମହତ୍ୟା

ଚେନ୍ନାଇ, ୧୪।୩: ତାମିଲନାଡ଼ୁର ଚେନ୍ନାଇସ୍ଥିତ ଆନ୍ନା ନଗର ଅଞ୍ଚଳରେ ଗୁରୁବାର ଗୋଟିଏ ପରିବାରର ୪ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ଡାକ୍ତର ତଥା ସୋନୋଲୋଜିଷ୍ଟ ବାଲା ମୁରୁଗାନ...

ରୋଶନୀ ନାଦର ମାଲ୍‌ହୋତ୍ରା ଭାରତର ତୃତୀୟ ସବୁଠୁ ଧନୀ

ମୁମ୍ବାଇ, ୧୪।୩: ଭାରତରେ ସବୁଠାରୁ ଧନୀ ବ୍ୟକ୍ତିଙ୍କ ଶ୍ରେଣୀରେ ରୋଶନୀ ନାଦର ମାଲହୋତ୍ରାଙ୍କର ନାମ ଯୋଡ଼ି ହୋଇଛି। ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ବିଲୟନେୟାର...

ହୋଲିରେ ଦ୍ୱାଦଶ ଶ୍ରେଣୀ ହିନ୍ଦୀ ପରୀକ୍ଷା, ଦେଇ ନ ପାରିଲେ ଆଉ ଏକ ସୁଯୋଗ: ସିବିଏସ୍‌ଇ

ନୂଆଦିଲ୍ଲୀ,୧୪ା୩: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)ର ଦ୍ୱାଦଶ ଶ୍ରେଣୀ ହିନ୍ଦୀ ପରୀକ୍ଷା ମାର୍ଚ୍ଚ ୧୫ ହୋଲି ଦିନ ଅନୁଷ୍ଠିତ ହେବ। ଯେଉଁମାନେ ହୋଲି ପାଳନ...

ହୋଲିରେ ପୁଣି ବଢ଼ିଲା ସୁନା ଦର, କେତେ ଟଙ୍କାରେ ପହଞ୍ଚିଲା ଜାଣନ୍ତୁ…

ନୂଆଦିଲ୍ଲୀ,୧୩ା୩: ଦିଲ୍ଲୀରେ ସୁନା ଦର ଗୁରୁବାର ୧୦ ଗ୍ରାମ୍‌ ପ୍ରତି ୬୦୦ ଟଙ୍କା ବୃଦ୍ଧି ପାଇ ସର୍ବାଧିକ ୮୯,୪୫୦ ଟଙ୍କାରେ ପହଞ୍ଚିଛି। ବୁଧବାର ୯୯.୯ ପ୍ରତିଶତ...

ସ୍ପେଡେକ୍ସ ସାଟେଲାଇଟ୍‌କୁ ଅଲଗା କଲା ଇସ୍ରୋ

ନୂଆଦିଲ୍ଲୀ,୧୩ା୩: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଗୁରୁବାର ସ୍ପେଡ୍‌କ୍ସ ସାଟେଲାଇଟ୍‌ଗୁଡ଼ିକୁ ସଫଳତାର ସହ ଡି-ଡକିଂ (ପୃଥକ୍‌) କରିଛି। ଫଳରେ ଭବିଷ୍ୟତର ମହତ୍ତ୍ୱାକାଂକ୍ଷୀ ଚନ୍ଦ୍ର ଅଭିଯାନ,...

ପୋଲିସ ଅଫିସରଙ୍କୁ ହତ୍ୟା

ପାଟନା,୧୩ା୩: ବିହାରର ଅରାରିଆ ଜିଲାରେ ଜଣେ ପୋଲିସ ଅଫିସର ଅପରାଧୀ ଅନମୋଲ ଯାଦବଙ୍କୁ ଗିରଫ କରିବା ପାଇଁ ଯାଇଥିବା ବେଳେ ତାଙ୍କୁ ପିଟି ହତ୍ୟା କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image