Categories: ଜାତୀୟ

ଲୋକ ସଭା ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି ବିରୋଧୀ

ନୂଆଦିଲ୍ଲୀ,୨୮।୩: ବିରୋଧୀ ଦଳ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି। କଂଗ୍ରେସର ଏକ ଉଚ୍ଚ ସୂତ୍ରରୁ ଏହି ସୂଚନା ମିଳିଛି। ରାହୁଲ ଗାନ୍ଧୀଙ୍କ ସଦସ୍ୟତା ସମାପ୍ତ କରିବା ଏବଂ ଗୃହରେ ପକ୍ଷପାତିତା ଯୋଗୁ ସୋମବାର ଲୋକ ସଭା ବାଚସ୍ପତିଙ୍କ ବିରୋଧରେ ବିରୋଧୀ ଏହି ପ୍ରସ୍ତାବ ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସୂଚନା ମୁତାବକ, ଗୁଜୁରାଟର ସୁରଟ ଏକ କୋର୍ଟଙ୍କ ଦ୍ୱାରା ୨୦୧୯ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବାର ଗୋଟିଏ ଦିନ ପରେ ରାହୁଲ ଗାନ୍ଧୀଙ୍କୁ ଶୁକ୍ରବାର ଲୋକ ସଭାରୁ ଅଯୋଗ୍ୟ ଘୋଷିତ କରାଯାଇଥିଲା। ୪ଥର ଏମ୍‌ପି ରହିଥିବା ରାହୁଲ ଗାନ୍ଧୀ ଅଯୋଗ୍ୟତା କାରଣରୁ ୮ବର୍ଷ ପର୍ଯ୍ୟନ୍ତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ, ଯେ ପର୍ଯ୍ୟନ୍ତ ହାଇକୋର୍ଟଙ୍କ ଏହି ଦଣ୍ଡାଦେଶ ଉପରେ ରୋକୋ ନ ଲଗାଯାଏ। କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଏହି ପ୍ରସଙ୍ଗରେ ଲଗାତର ସଂସଦରେ ହଙ୍ଗାମା କରିବା ସହ ସଂସଦ ବାହାରେ ମଧ୍ୟ ପ୍ରଦର୍ଶନ କରାଯାଉଛି।

Share