Categories: ଜାତୀୟ

ଗୀତା ପ୍ରେସକୁ ଗାନ୍ଧୀ ଶାନ୍ତି ପୁରସ୍କାର ଦେବା ନିଷ୍ପତ୍ତିକୁ ନେଇ ବର୍ଷିଲା କଂଗ୍ରେସ

ନୂଆଦିଲ୍ଲୀ,୧୯।୬: ଗୋରଖପୁରର ଗୀତା ପ୍ରେସକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୨୧ର ଗାନ୍ଧୀ ଶାନ୍ତି ପୁରସ୍କାର ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ଏହାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। କଂଗ୍ରେସ କେନ୍ଦ୍ର ସରକାରଙ୍କର ସମାଲୋଚନା କରି କହିଛି ଯେ ଏହା ସମ୍ମାନ ନୁହେଁ ଉପଦ୍ରବ ଭଳି ପଦକ୍ଷେପ।

ସୂଚନାଯୋଗ୍ୟ, କେନ୍ଦ୍ରର ଅହିଂସକ ଓ ଅନ୍ୟ ଗାନ୍ଧିବାଦୀ ପ୍ରଣାଳୀ ମାଧ୍ୟମରେ ସାମାଜିକ, ଆର୍ଥିକ ଓ ରାଜନୈତିକ ପରିବର୍ତ୍ତନର ଦିଗରେ ଉତ୍କୃଷ୍ଟ ଯୋଗଦାନ ପାଇଁ ଗୀତା ପ୍ରେସକୁ ପୁରସ୍କାର ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏହାକୁ ବିରୋଧ କରି କଂଗେଅସ ନେତା ଜୟରାମ ରମେଶ ଟୁଇଟ କରିଛନ୍ତି ଯେ, ଗୀତା ପ୍ରେସକୁ ଗାନ୍ଧୀ ଶାନ୍ତି ପୁରସ୍କାର ୨୦୨୧ ଦେବା ସାବରକର ଓ ଗଡସେଙ୍କୁ ପୁରସ୍କାର ଦେବା ଭଳି, ଏହି ନିଷ୍ପତ୍ତି ଏକ ଉପହାସ ଭଳି।

Share