ବେଙ୍ଗାଲୁରୁ,୧୦।୧ : କର୍ନାଟକରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପକ୍ଷରୁ ବସ ଯାତ୍ରା ଆରମ୍ଭ ପାଇଁ ଘୋଷଣା କରାଯାଇଛି। ଏହି ଯାତ୍ରାର ଉଦ୍ଦେଣ୍ୟ ରାଜ୍ୟରୁ କ୍ଷମତାସୀନ ଭାଜପାକୁ କ୍ଷମତାଚ୍ୟୁତ କରିବା ବୋଲି କଂଗ୍ରେସ କହିଛି। ବସଯାତ୍ରା ଅଭିଯାନ ବେଲଗାଭିରୁ ଆରମ୍ଭ କରାଯିବ ବୋଲି ମଙ୍ଗଳବାର ରାଜ୍ୟ କଂଗ୍ରେସ ମୁଖ୍ୟ ଡି.କେ. ଶିବକୁମାର ସୂଚନା ପ୍ରଦାନ କରିଛନ୍ତି। ଏହା ସହିତ ସେ ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟର ବିକାଶ ବନ୍ଦ ହୋଇ ଯାଇଛି। ଭାଜପା ସରକାର କେବଳ ଲୁଟି ଚାଲିଛନ୍ତି।
କଂଗ୍ରେସ ନେତା ସିଦ୍ଧରମୈୟା ଏହି ଯାତ୍ରା ମାଧ୍ୟମରେ ଭାଜପାର ଦୁର୍ନୀତିର ପର୍ଦ୍ଦାଫାଶ କରାଯିବ। ରାଜ୍ୟର ଜନସାଧାରଣଙ୍କୁ ଶାସକ ଦଳର ମିଥ୍ୟା ପ୍ରତିଶ୍ରୁତି ସମ୍ପର୍କରେ ସଚେତନ କରାଯିବ ବୋଲି ସେ କହିଛନ୍ତି। ଏହି ଯାତ୍ରା ରାଜ୍ୟର ୨୨୪ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଶାସକ ଦଳର ଅପାରଗତା ସମ୍ପର୍କରେ ଅବଗତ କରାଇବ।