Categories: ଜାତୀୟ

ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ,୧୯।୩: ରାଜ୍ୟ ସଭା ପାଇଁ ଶନିବାର କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଆସାମ ଓ କେରଳ ରାଜ୍ୟ ସଭା ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି। ଆସାମରୁ ରିପୁନ ବୋରା ଏବଂ କେରଳର ଜେ.ବି ମାଥେରଙ୍କୁ ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି। ସୂଚନାଯୋଗ୍ୟ, ଦେଶର ଅନେକ ରାଜ୍ୟରେ ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି। କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ବୋରା ଏବଂ ମାଥେରଙ୍କୁ ପ୍ରାର୍ଥୀ ପାଇଁ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସୂଚନା ମୁତାବକ ମାର୍ଚ୍ଚ ୩୧ରେ ୬ଟି ରାଜ୍ୟରେ ୧୩ଟି ରାଜସଭା ଆସନ ପାଇଁ ମତଦାନ ହେବ।

Share