୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। କଟକରୁ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦୋସ, ଜଗତସିଂହପୁରରୁ ପ୍ରତିମା ମଲିକ, ବାଲେଶ୍ୱରରୁ ମୋନାଲିସା ଲେଙ୍କା, ଜଳେଶ୍ୱରୁ ଦେବୀ ପ୍ରସନ୍ନ ଚାନ୍ଦ,ବାରିପଦାରୁ ପ୍ରଦୀମ ହେମ୍ରମ୍‌, ବଡଚଣା ଅଜୟ ସାମଲ, ପାଲଲ୍ଲହଡାରୁ ଫକୀର ସାମଲ, ଖଣ୍ଡପଡା ବୈଜୟନ୍ତୀମାଳା ମହାନ୍ତିଙ୍କୁ ଟିକେଟ୍‌ ମିଳିଛି। ସେହିପରି ଲୋକ ସଭା ପାଇଁ କଟକରୁ ସୁରେଶ ମହାପାତ୍ର ଏବଂ ସମ୍ବଲପୁରରୁ ନଗେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଇଛି। ଖଣ୍ଡପଡାରେ ମନୋଜ ପ୍ରଧାନଙ୍କ ସ୍ଥାନରେ ବୈଜୟନ୍ତୀମାଳା ମହାନ୍ତି ଏବଂ ଏବଂ ବାରିପଦାରୁ ବାଦଲ ହେମ୍ରମ୍‌ଙ୍କ ସ୍ଥାନରେ ପ୍ରଦୀମ ହେମ୍ରମଙ୍କୁ ଟିକେଟ୍‌ ମିଳିଛି।

Share