ବେଙ୍ଗାଲୁରୁ,୨୦।୩: କର୍ନାଟକ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ରାଜ୍ୟରେ ବେରୋଜଗାର ଯୁବକମାନଙ୍କ ପାଇଁ ‘ଯୁବ ନିଧି’ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନାରେ ରାଜ୍ୟରେ ଡିପ୍ଲୋମା ଥିବା ବେରୋଜଗାର ଯୁବକମାନଙ୍କ ପାଇଁ ଭତ୍ତା ବାବଦକୁ ପ୍ରତି ମାସରେ ୧୫୦୦ ଟଙ୍କା ପ୍ରଦାନ କରାଯିବ। ଏହାପୂର୍ବରୁ ରାଜ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ବେରୋଜଗାର ଯୁବକମାନଙ୍କୁ ଦୁଇ ବର୍ଷ ପାଇଁ ୩୦୦୦ ଟଙ୍କା ପ୍ରଦାନ କରିବାକୁ ଘୋଷଣା କରାଯାଇଥିଲା। ଯଦି ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସେ ତେବେ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି କଂଗ୍ରେସ କହିଛି। ସେହିପରି କଂଗ୍ରେସ ଏହାପୂର୍ବରୁ ୨ଟି ଯୋଜନା ଘୋଷଣା କରିଥିଲା। ଗୃହ ଜ୍ୟୋତି ଯୋଜନା ଅଧୀନରେ ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଏବଂ ପ୍ରତ୍ୟେକ ମହିଳାଙ୍କୁ ଗୃହ ଲକ୍ଷ୍ମୀ ଯୋଜନା ଅଧୀନରେ ୨୦୦୦ଟଙ୍କା।