Categories: ଜାତୀୟ

କଂଗ୍ରେସ କ୍ଷମା ମାଗି ମାୟାବତିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥି କରିଥିଲେ…, ବିଏସପି ଏମପିଙ୍କ ବୟାନ

ନୂଆଦିଲ୍ଲୀ,୩।୨: ବିରୋଧୀ ଦଳର ଇଣ୍ଡିଆ ମିଳିତ ମଞ୍ଚରେ ବିଭାଜନ ହୋଇଛି। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତ୍ରୁଣମୂଳ କଂଗ୍ରେସ (ଟିଏମସି) ଏହି ମେଣ୍ଟର ହାତ ଛାଡିଥିବା ବେଳେ ପଞ୍ଜାବରେ ଆମ ଆଦମୀ ପାର୍ଟି (ଏଏପି) ଛାଡିଛି। ସେହିଭଳି ବଞ୍ଚିତ ବାହୁଜନ ଅଘାଡି ନେତା ପ୍ରକାଶ ଆମ୍ବେଦକର ମଧ୍ୟ କହିଛନ୍ତି ଯେ ଇଣ୍ଡିଆ ମିଳିତ ମଞ୍ଚ ଭାଙ୍ଗିଛି। ମେଣ୍ଟରେ ଏହି ବିଭେଦ ପାଇଁ କଂଗ୍ରେସ ଦଳ ଦାୟୀ ଏବଂ ବିଏସପି ଏମପି ମଲୁକ ନାଗର ମଧ୍ୟ ସମାନ କଥା କହିଛନ୍ତି।
ମଲୁକ ନାଗର କହିଛନ୍ତି, ତଥାକଥିତ ଇଣ୍ଡିଆ ମିଳିତ ମଞ୍ଚରେ କଂଗ୍ରେସ ହେଉଛି ସବୁଠାରୁ ବଡ ଦଳ। ଯଦି ସେ ବୁଦ୍ଧିମାନ ଭାବରେ କାର୍ଯ୍ୟ କରି ସହକର୍ମୀଙ୍କୁ ଏକତ୍ର କରିଥାନ୍ତେ, ଯଦି ସେ ବିଧାୟକଙ୍କ ଘୋଡା ବେପାର ପାଇଁ କ୍ଷମା ମାଗିଥାନ୍ତେ ଏବଂ ଆମ ନେତା ମାୟାବତୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିଥାନ୍ତେ, ତେବେ ଆଜି ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ହୋଇଥାନ୍ତା। ସେ କହିଛନ୍ତି, ନିର୍ବାଚନରେ ପ୍ରତିଯୋଗିତା ସମାନ ହୋଇଥାନ୍ତା, କଂଗ୍ରେସ ଯାହାକହୁନା କାହିଁକି, ପରିବେଶ ସ୍ପଷ୍ଟ ଦେଖାଯାଉଛି।’

Share