Categories: ଜାତୀୟ

ଦେଶକୁ କ୍ଷମା ମାଗୁ କଂଗ୍ରେସ, ନଚେତ୍‌ ଲୋକେ ଦେବେ କଡ଼ା ଜବାବ: ଅନୁରାଗ ଠାକୁର

ନୂଆଦିଲ୍ଲୀ,୧୫।୮: ଭାରତୀୟ ଜନତା ପାର୍ଟି (ଭାଜପା) କୁ ଭୋଟ ଦେଇଥିବା ଲୋକଙ୍କୁ ରାକ୍ଷସ ବୋଲି କହିଥିଲେ କଂଗ୍ରେସ ନେତା ରଣଦୀପ ସୁରଜଓ୍ବୋଲା। ଏହାକୁ ନେଇ ଭାଜପା କଂଗ୍ରେସ ଉପରେ ବର୍ଷିଛି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏଭଳି ମନ୍ତବ୍ୟ ପାଇଁ କଂଗ୍ରେସକୁ କ୍ଷମା ମାଗିବାକୁ କହିଛନ୍ତି।
ଠାକୁର କହିଛନ୍ତି ଯେ, ମୁଁ ଦାବି କରୁଛି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏହି ପ୍ରସଙ୍ଗରେ ଦେଶକୁ କ୍ଷମା ମାଗନ୍ତୁ, ନଚେତ୍‌ ଲୋକମାନେ କଂଗ୍ରେସକୁ ଉପଯୁକ୍ତ ଜବାବ ଦେବେ। ଏହା ବିରୋଧୀ ଦଳର ‘ଅହଂକାର’କୁ ଦର୍ଶାଉଛି।
ହରିୟାଣାର କୈଥଲ ଠାରେ କଂଗ୍ରେସର ଜନ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏଥିରେ ଯୋଗ ଦେଇ କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଭାଜପା ଏବଂ ଜେଜେପିଙ୍କୁ କଡ଼ା ଟାର୍ଗେଟ କରିଥିଲେ। ସୁରଜେୱାଲା କହିଥିଲେ, ଯେଉଁମାନେ ଭାଜପା ଏବଂ ଜେଜେପିକୁ ଭୋଟ ଦିଅନ୍ତି ଏବଂ ସେମାନେ ରାକ୍ଷସ ଅଟନ୍ତି। ମୁଁ ଆଜି ମହାଭାରତର ଏହି ଭୂମିରୁ ସେମାନଙ୍କୁ ଅଭିଶାପ ଦେଉଛି।

Share