Categories: ଜାତୀୟ

ୟୁପି କଂଗ୍ରେସର ନୂଆ ଅଧ୍ୟକ୍ଷ ହେଲେ ଅଜୟ ରାୟ, ମୋଦିଙ୍କ ବିପକ୍ଷରେ ଦୁଇଥର ଲଢ଼ିଛନ୍ତି ନିର୍ବାଚନ

ଲକ୍ଷ୍ନୌ,୧୭।୮: ଲୋକ ସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ କଂଗ୍ରେସ ସକ୍ରିୟ ହେଉଛି। ଦଳ ପୂର୍ବତନ ବିଧାୟକ ଅଜୟ ରାୟଙ୍କୁ ରାଜ୍ୟର କଂଗ୍ରେସ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ତେବେ ଅଜୟ ଦୁଇ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିଛନ୍ତି। ଅଜୟ ୟୁପି କଂଗ୍ରେସରେ ବୃଜଲାଲ ଖାବରୀଙ୍କ ସ୍ଥାନ ନେଇଛନ୍ତି।

ତେବେ ନିର୍ବାଚନ ଦୃଷ୍ଟିରୁ ୮୦ ସିଟ୍‌ ବିଶିଷ୍ଟ ଉତ୍ତରପ୍ରଦେଶ ଉପରେ ସମସ୍ତ ଦଳର ଦୃଷ୍ଟି ରହିଛି। ରେକର୍ଡ ଦେଖିଲେ ଏଠାରେ ଲଗାତର ଭାବେ କଂଗ୍ରେସକୁ ପରାଜିତ ହେବାକୁ ପଡ଼ିଛି। ଏଭଳି ସ୍ଥିତିରେ ସଂଗଠନକୁ ଏକଜୁଟ କରି ନିର୍ବାଚନ ଲାଗି ପ୍ରସ୍ତୁତ କରିବା ଅଜୟଙ୍କ ପ୍ରମୁଖ ଦାୟିତ୍ୱ ରହିବ।

Share