Categories: ଜାତୀୟ

ନିର୍ବାଚନୀ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା କଂଗ୍ରେସ

ନୂଆଦିଲ୍ଲୀ,୨ା୧୨: ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ତେଲଙ୍ଗାନା ନିର୍ବାଚନ ଫଳାଫଳ ପୂର୍ବରୁ କଂଗ୍ରେସ ଶନିବାର ବିଧାୟକ ଦଳର ବୈଠକ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି।

ରାଜସ୍ଥାନରେ ଭୁପେନ୍ଦ୍ର ସିଂ ହୁଦା, ମଧୁସୂଦନ ମିଷ୍ଟ୍ରି, ମୁକୁଲ ୱାସନିକ ଏବଂ ଶକିଲ ଅହମ୍ମଦ ଖାନଙ୍କୁ ତଦାରଖ ଦାୟିତ୍ୱ ଦିଆଯାଇଛି। ତେଲଙ୍ଗାନାରେ ଏହି ଦାୟିତ୍ୱ କର୍ଣ୍ଣାଟକର ଡେପୁଟି ସିଏମ୍ ଡି.କେ ଶିବକୁମାର, ଦୀପା ଦାସମୁନ୍ସି, ଡକ୍ଟର ଅଜୟ କୁମାର, କେ ମୁରଲୀଧରନ୍ ଏବଂ କେଜେ ଜର୍ଜଙ୍କୁ ଦିଆଯାଇଛି।

ସେହିପରି ଅଜୟ ମାକେନ୍, ରମେଶ ଚେନ୍ନାଇଥାଲା ଏବଂ ପ୍ରୀତମ ସିଂଙ୍କୁ ଛତିଶଗଡରେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି। ଏହା ବ୍ୟତୀତ ମଧ୍ୟପ୍ରଦେଶରେ ଦଳ କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ, ପ୍ରୀତିରାଜ ଚୋୖହ୍ୱାନ, ରାଜୀବ ଶୁକ୍ଲା ଏବଂ ଚନ୍ଦ୍ରକାନ୍ତ ହ୍ୟାଣ୍ଡୋରଙ୍କୁ ଦାୟିତ୍ୱ ମିଳିଛି। ମିଡିଆ ପର୍ଯ୍ୟବେକ୍ଷକ ନିଯୁକ୍ତ ହେବା ପୂର୍ବରୁ ରାହୁଲ ଗାନ୍ଧୀ ଦଳର ବରିଷ୍ଠ ନେତୃତ୍ୱ ମାନଙ୍କ ସହିତ ବୈଠକ କରି ସେମାନଙ୍କୁ ସତର୍କ ରହିବାକୁ କହିଛନ୍ତି।

Share