Categories: ଜାତୀୟ

‘କଂଗ୍ରେସର ଏଟିଏମ୍‌ ହେଉଛି ଛତିଶଗଡ ସରକାର’

ନୂଆଦିଲ୍ଲୀ,୬।୭: ଛତିଶଗଡର ୨ ହଜାର କୋଟି ମଦ ଦୁର୍ନୀତି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କୋର୍ଟରେ ଏକ ଚାର୍ଜସିଟ ଦାଖଲ କରିଛି। ଏହି ପ୍ରସଙ୍ଗରେ ଭାଜପା ଏମ୍‌ପି ରବି ଶଙ୍କର ପ୍ରସାଦ ଏକ ଖବରଦାତା ସମ୍ମିଳନୀ କରି ଭୁପେଶ ବାଘେଲ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଏହା ୨୨୬୧କୋଟି ସ୍କାମର ମାମଲା, ଯାହା ଟ୍ରେଜେରୀକୁ ଯିବା ଉଚିତ, କିନ୍ତୁ ଏହା ଲୁଟ ହୋଇଛି। ଛତିଶଗଡରେ ମଦ ବିକ୍ରୟ ସିଣ୍ଡିକେଟର ଖୁଲାସା ହୋଇଛି। ମଦ ଲୁଟର ଏକ ପ୍ରମୁଖ ଅଂଶ ଶାସକ ଦଳର ନେତାଙ୍କ ନିକଟକୁ ଯାଇଥାଏ।
ରବି ଶଙ୍କର ପ୍ରସାଦ ଆହୁରି ମଧ୍ୟ କହିଛନ୍ତି, ଛତିଶଗଡ ସରକାର ହେଉଛି କଂଗ୍ରେସର ଏଟିଏମ। ଏହି ମାମଲା କୋର୍ଟରେ ଦାଖଲ କରାଯାଇଛି। ମଦ ମାଧ୍ୟମରେ ଟଙ୍କା ରୋଜଗାର କରିବା ବିରୋଧୀ ଦଳର ଆଭିମୁଖ୍ୟ ପାଲଟିଛି। ଏଥିରେ ଜଣେ ମାଷ୍ଟରମାଇଣ୍ଡ୍‌ ମନ ଅନୱାର ଧୱର ଅଛନ୍ତି, ଯିଏ କି ରାୟପୁରର ମେୟର ଏଜାଜ ଧୱାରଙ୍କ ଭାଇ। ଧବର୍‌ ଭୁପେଶ ବାଘେଲଙ୍କର ଜଣେ ବନ୍ଧୁ। ମଦ ଲୁଟରେ କିଛି ନେତା, କିଛି ଅଧିକାରୀ ଏବଂ ଅନ୍ୟ କେତେକ ସମ୍ପୃକ୍ତ ଅଛନ୍ତି ବୋଲି ସେ କହିଛନ୍ତି।

Share