Advertisement
Categories: ଜାତୀୟ

ୟେଦୁରପ୍ପାଙ୍କ ପ୍ରସଙ୍ଗରେ ଚୌକିଦାର ଚୁପ୍‌ କାହିଁକି: କଂଗ୍ରେସ

ବେଙ୍ଗାଲୁରୁ,୧୧।୧୦: କର୍ନାଟକର ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ବିଏସ ୟେଦୁରପ୍ପାଙ୍କ ପରିବାର ନାଁରେ ପରିବାର ନାଁରେ ଦୁର୍ନୀତି ଅଭିଯୋଗ ହୋଇଛି। ଏନେଇ ରବିବାର କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି କହିଛନ୍ତି ୟେଦୁରପ୍ପାଙ୍କ ଇସ୍ତଫା ଦେବା ଉଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଟାର୍ଗେଟ କରି ସିଂଘଭି କହିଛନ୍ତି ଯେ, ଚୌକିଦାର କାହିଁକି ଏ ପ୍ରସଙ୍ଗରେ ନିରବ ରହିଛନ୍ତି। ପ୍ରଧାନମନ୍ତ୍ରୀ ଯେତେବେଳେ ଦେଶର ସମସ୍ତ ଘର ପାଇଁ ଚୌକିଦାର ସାଜିଛନ୍ତି। ହେଲେ ନିଜ ଘର ପାଇଁ କିଏ ଚୌକିଦାର ବୋଲି ସେ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ୟେଦୁରପ୍ପା ଏବଂ ତାଙ୍କ ପୁଅ, ଜ୍ୱାଇଁ ବେଙ୍ଗାଲୁରୁ ଡେଭଲପମେଣ୍ଚ ଅଥଟିର କଣ୍ଟ୍ରାକ୍ଟର ପାଖରୁ ଲାଞ୍ଚ ନେଇଥିବା ଅଭିଯୋଗ ଆସିଛି। ଏକ ଅଡିଓ କ୍ଲିପ ଏ ନେଇ ଭାଇରାଲ ହୋଇଛି। ତେଣୁ କାହିଁକି ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ନହେବ ବୋଲି କର୍ନାଟକ ବିରୋଧୀ ଦଳ ନେତା ସିଦ୍ଧରମାୟା କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share