ଶ୍ରୀନଗର,୨୭।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ଏବେ ଜମ୍ମୁ-କଶ୍ମୀରରେ ପ୍ରବେଶ କରିଛି। ଶୁକ୍ରବାର ବନିହାଲରୁ ଆରମ୍ଭ ହୋଇ କଶ୍ମୀର ଅଭିମୂଖେ ଏହି ଯାତ୍ରା ଆରମ୍ଭ ହୋଇଛି। ଏଥିରେ ବନିହାଲର ନ୍ୟାଶନାଲ କନ୍ଫରେନ୍ସର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲା ସାମିଲ ହୋଇଛନ୍ତି। ଏଥିସହ କଶ୍ମୀରର ବହୁ ସଂଖ୍ୟକ ଲୋକ ଏହି ଯାତ୍ରାରେ ଯୋଗ ଦେଇଥିଲେ। କଶ୍ମୀରର ପ୍ରବଳ ଥଣ୍ଡାରେ ମଧ୍ୟ ରାହୁଲ ଗାନ୍ଧୀ ଟି-ଶାର୍ଟ ଓ ନୀଳ ରଙ୍ଗର ଟୋପି ପିନ୍ଧିଥିବା ନଜର ଆସିଛନ୍ତି। ଏହି ଯାତ୍ରାକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାହୁଲ ଗାନ୍ଧୀଙ୍କୁ ଏକ ଫିରାନ୍ ଭେଟି ଦିଆଯିବ। ଯାହାକୁ ସେ ଏହି ଯାତ୍ରା ସମୟରେ ପିନ୍ଧିବେ ବୋଲି ସୂଚନା ମିଳଇଛି। ଏହାପୂର୍ବରୁ ରାହୁଙ୍କ ଯୋଡୋ ଯାତ୍ରା ଜମ୍ମୁ-କଶ୍ମୀର ଅଞ୍ଚଳରେ ପ୍ରାୟ ୯୦ କିଲୋମିଟର ଯାତ୍ରା କରିଥିଲେ।