Categories: ଜାତୀୟ

ନିଜ ଫିଟନେସର ରାଜ କହୁକହୁ ମୋଦିଙ୍କୁ ନକଲ କଲେ ରାହୁଲ

ନୂଆଦିଲ୍ଲୀ,୨୪ ।୧୧: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ ମହାରାଷ୍ଟ୍ରରେ ଚାଲିଛି । ମହାରାଷ୍ଟ୍ରର ଜଲଗାଓଁ ଜାମୋଦର ଜସୌନ୍ଦି ଗାଁ ଦେଇ ବୁରହାନପୁର ରାସ୍ତାରେ ରାହୁଲ ଗାନ୍ଧୀଙ୍କ ଯାତ୍ରା ମଧ୍ୟପ୍ରଦେଶରେ ପ୍ରବେଶ କରିଛି । ଏଠାରେ ରାହୁଲଙ୍କ ସ୍ୱାଗତ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ସ୍ୱାଗତ ପରେ ରାହୁଲ ସେଠାରେ ଉପସ୍ଥିତ ଜନତା ଓ କର୍ମୀଙ୍କୁ ସମ୍ବୋଧିତ କରିଥିଲେ ।
ଏବେ ଏହି ସମ୍ବୋଧନର କିଛି ମିନିଟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡଇଓରେ ରାହୁଲ ତାଙ୍କ ପଦଯାତ୍ରା ଆରମ୍ଭ କଥା କହୁଛନ୍ତି । ଏହାସହ ଶେଷକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନକଲ କରୁଥିବା ଦେଖାଯାଇଛି ।
ଉକ୍ତ ଭିଡିଓରେ ରାହୁଲ ମଞ୍ଚ ଉପରେ ଥିବା ବେଳେ ଭାଇୟୋ ଓ ବେହେନୋରୁ ତାଙ୍କ ସମ୍ବୋଧନ ଆରମ୍ଭ କରୁଥିବା ଦେଖାଯାଇଛି । ଏହାସହ ସେ କହିଛନ୍ତି, କମଲନାଥ ମୋତେ ପ୍ରଶ୍ନ କରୁଛନ୍ତି ମୁଁ ୨୦୦୦ କିଲୋମିଟର ଚାଲିବା ପରେ ବି କାହିଁକି ଥକି ପଡିନାହିଁ । ଏହାସତ ମୋ ଚେହେରାରେ ଥକାପଣ ନାହିଁ । ମୁଁ ସକାଳ ୬ଟାରୁ ଯେମିତି ଯୋଶରେ ଚାଲୁଛି ରାତି ୮ଟାରେ ବି ସେମିତି ଚାଲି ପାରୁଛନ୍ତି । ମୁଁ ଥକି ପଡିନାହିଁ । ଏହା ଶୁଣିବା ପରେ ସେଠାରେ ଉପସ୍ଥିତ ଜନତା ରାହୁଲ ଗାନ୍ଧୀ ଜିନ୍ଦାବାଦ ବୋଲି ସ୍ଲୋଗାନ ଦେଇଛନ୍ତି । ଏମିତି କିଛି ମିନିଟ ଅଟକିଯିବା ପରେ ରାହୁଲ ପୁଣିଥରେ ବାଇୟୋଁ, ବେହେନୋ ଓ ମିତ୍ରୋ କହି ପୁଣି ସମ୍ବୋଧନ ଆରମ୍ଭ କରୁଛନ୍ତି । ଠିକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି । ଅବଶ୍ୟ ସେ ଏହା ଖୁସି ମୁଡରେ କହୁଥିବା ଦେଖାଯାଇଛି । ଏମିତି ଏକ ଭିଡିଓକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଧରିଛି । କେହି କେହି ଏହି ଭିଡିଓ ଉପରେ ରାହୁଲଙ୍କୁ ସପୋର୍ଟ କରୁଥିବା ବେଳେ ଆଉ କେହି ଏହାକୁ ବିରୋଧ ବି କରୁଛନ୍ତି ।

Share