Categories: ଜାତୀୟ

ହାଇକମାଣ୍ଡଙ୍କ ବଡ ନିଷ୍ପତ୍ତି: ଓମାର ଅବଦୁଲ୍ଲା ସରକାରରେ ସାମିଲ ହେବନି କଂଗ୍ରେସ

ନୂଆଦିଲ୍ଲୀ,୧୬।୧୦: ଜମ୍ମୁ-କଶ୍ମୀର ରାଜନୀତିରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଆଜି ନ୍ୟାଶନାଲ କନଫରେନ୍ସର ଓମାର ଅବଦୁଲ୍ଲା ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ କଂଗ୍ରେସ ହାଇକମାଣ୍ଡ ବଡ ନିଷ୍ପତ୍ତି ନେଇଛନ୍ତି। ଓମାର ଅବଦୁଲ୍ଲା ସରକାରରେ କଂଗ୍ରେସ ସାମିଲ ହେବ ନାହିଁ ବୋଲି ହାଇକମାଣ୍ଡ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଓମାର ଅବଦୁଲ୍ଲା ଆଜି ଶପଥ ନେବେ। ଲେଫ୍ଟନାଣ୍ଟ ଗଭର୍ନର ମନୋଜ ସିହ୍ନା ପୂର୍ବାହ୍ନ ୧୧ଟା ୩୦ରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରୀମାନଙ୍କୁ ଶପଥ ଗ୍ରହଣ କରାଇବେ। ଘଟଣାସ୍ଥଳରେ ସୁରକ୍ଷା କଡାକଡି କରାଯାଇଛି। ଅନେକ ଭିଭିଆଇପି ସୁରକ୍ଷା କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ରହିଛି। ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ଇଣ୍ଡିଆ ମେଣ୍ଟର ନେତାମାନଙ୍କୁ ନିମନ୍ତ୍ରଣ ମଧ୍ୟ ପଠାଯାଇଛି।

ସୂଚନାଯୋଗ୍ୟ, ନ୍ୟାଶନାଲ କନଫରେନ୍ସ ଏବଂ କଂଗ୍ରେସ ବିଧାନସଭା ନିର୍ବାଚନରେ ମେଣ୍ଟ କରିଥିଲେ ଏବଂ ଏହି ମେଣ୍ଟ ଦଳ ବିଜୟ ହାସଲ କରିଥିଲା।

Share