Categories: ଜାତୀୟ

ଉଦଘାଟନ ପାଇଁ ମେ ୨୮ ତାରିଖ ନେଇ କଂଗ୍ରେସ- ଭାଜପା ମୁହାଁମୁହିଁ…

ନୂଆଦିଲ୍ଲୀ,୨୮।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ନବ ନିର୍ମିତ ସଂସଦ ଭବନର ଉଦଘାଟନ କରିଛନ୍ତି। ଏହି ଅବସରରେ ବାଚସ୍ପତି ଓମ ବିର୍ଲା ଏବଂ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଏଥି ସହିତ କଂଗ୍ରେସ, ଟିଏମସି, ଆମ ଆଦମୀ ପାର୍ଟି ସମେତ ୨୧ ଟି ଦଳ ଏହି କାର୍ଯ୍ୟକ୍ରମକୁ ବର୍ଜନ କରିଛନ୍ତି। ଉଦଘାଟନୀ ଉତ୍ସବର ତାରିଖ ନେଇ କଂଗ୍ରେସ ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛି। କଂଗ୍ରେସ ନେତା ଜୟରାମ ରମେଶ ସଂସଦର ଉଦଘାଟନ ପାଇଁ ମେ ୨୮ ତାରିଖ ଚୟନ କରିଥିବାରୁ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଜୟରାମ ରମେଶ ଏକ ଟୁଇଟରେ କହିଛନ୍ତି ପଣ୍ଡିତ ନେହେରୁଙ୍କ ଅନ୍ତିମ ସଂସ୍କାର ମେ ୨୮ ରେ କରାଯାଇଥିଲା। ସାବରକରଙ୍କ ଜନ୍ମଦିନକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଏହି ଦିନ ଉଦଘାଟନୀ ସମାରୋହ ଆୟୋଜନ କରିଥିବାରୁ ଟାର୍ଗେଟ କରାଯାଇଛି।

ଜୟରାମ ରମେଶ କହିଛନ୍ତି, ଭାରତରେ ସଂସଦୀୟ ଗଣତନ୍ତ୍ରକୁ ମଜବୁତ କରିବା ପାଇଁ ବଳିଦାନ ଦେଇଥିବା ନେହେରୁଙ୍କର ୧୯୬୪ ମସିହାରେ ଅନ୍ତିମ ସଂସ୍କାର କରାଯାଇଥିଲା।

ସାବରକର ଯାହାଙ୍କର ଆଦର୍ଶ ଏଭଳି ପରିବେଶ ସୃଷ୍ଟି କରିଥିଲା ଯାହା ଦ୍ୱାରା ମହାତ୍ମା ଗାନ୍ଧୀଙ୍କ ହତ୍ୟା ହୋଇଥିଲା। ଏଭଳି ବ୍ୟକ୍ତିଙ୍କର ଜନ୍ମ ୧୮୮୩ ମସିହାରେ ହୋଇଥିଲା।

ଦେଶର ସର୍ବୋଚ୍ଚ ପଦବୀରେ ଅବସ୍ଥାପିତ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିଙ୍କୁ ତାଙ୍କ ସାମ୍ବିଧାନିକ ଦାୟିତ୍ୱ ତୁଲାଇବାକୁ ଅନୁମତି ଦିଆଯାଇ ନାହିଁ। ଜଣେ ଏକଛତ୍ରବାଦୀ ପ୍ରଧାନମନ୍ତ୍ରୀ ଯିଏ ସଂସଦୀୟ ପ୍ରକ୍ରିୟାକୁ ଘୃଣା କରନ୍ତି ଏବଂ କ୍ୱଚିତ ସଂସଦରେ ଯୋଗ ଦିଅନ୍ତି କିମ୍ବା ପ୍ରକ୍ରିୟାରେ ଅଂଶଗ୍ରହଣ କରନ୍ତି, ସେ ନୂତନ ସଂସଦ ଭବନର ଉଦଘାଟନ କରିଛନ୍ତି। ତଥ୍ୟକୁ ବିକୃତ କରି ମିଡିଆରେ ଢୋଲ ପିଟିବା ଭଳି ହୀନ କାର୍ଯ୍ୟ ସେ କରିଥାନ୍ତି।

କଂଗ୍ରେସ ନେତା ଜୟରାମ ରମେଶଙ୍କ ଟୁଇଟର ଜବାବରେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି କଂଗ୍ରେସ ନିଜ ନିଜର ଭୁଲ ଦେଖିବା ଉଚିତ। ଆଜି ଏପରି କଥା କହି ସେମାନେ ଚେଷ୍ଟା କରୁଛନ୍ତି ଆମେ ଆଦିବାସୀମାନଙ୍କର ପ୍ରତିନିଧୀ ଅଟୁ। ସେମାନେ ପ୍ରଥମେ ସେମାନଙ୍କର କାର୍ଯ୍ୟର ମୂଲ୍ୟାଙ୍କନ କରିବା ଜରୁରୀ।

ଏନସିପି ନେତା ସୁପ୍ରିୟା ସୁଲେ କହିଛନ୍ତି ବିରୋଧୀଙ୍କ ଉପସ୍ଥିତି ବିନା ନୂତନ ସଂସଦ ଭବନର ଉଦଘାଟନ ହୋଇଛି। ଏହାର ଅର୍ଥ ଦେଶରେ ଗଣତନ୍ତ୍ର ନାହିଁ। ଏହା ଏକ ଅସମ୍ପୂର୍ଣ୍ଣ ପ୍ରୋଗ୍ରାମ। ୩ ଦିନ ପୂର୍ବରୁ ହ୍ବାଟସ ଆପରେ ଆମନ୍ତ୍ରଣ ପଠାଯାଇଥିଲା । ସେମାନେ ଫୋନରେ ବିରୋଧୀ ଦଳର ନେତାଙ୍କ ସହ ଯୋଗାଯୋଗ କରିପାରି ଥାନ୍ତେ। ମାତ୍ରେ ଜାଣିଶୁଣି ଏଭଳି କରି ନାହାନ୍ତି।

Share