Categories: ଜାତୀୟ

ଇଂରେଜଙ୍କ ତୁଳନାରେ ଦେଶବାସୀଙ୍କ ଅଧିକ ରକ୍ତ ଶୋଷିଛନ୍ତି କଂଗ୍ରେସ-ଭାଜପା: କେଜରିଓ୍ବାଲ…

ଗ୍ବାଲିୟର,୧।୭ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି (ଏଏପି) ସୁପ୍ରିମୋ ଅରବିନ୍ଦ କେଜରିୱାଲ ଶନିବାର ମଧ୍ୟପ୍ରଦେଶର ଗ୍ବାଲିୟରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି ଯେଉଁଥିରେ ସେ ଉଭୟ ଭାଜପା-କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଆଜି ମଧ୍ୟପ୍ରଦେଶ ବ୍ୟାପମ ସ୍କାମ ଯୋଗୁ ଜଣାଶୁଣା। ଦିଲ୍ଲୀ ଏକଦା ସିଡବ୍ଲୁଜି ଏବଂ ଟୁ ଜିସ୍କାମ ନାମରେ ମଧ୍ୟ ଜଣାଶୁଣା ଥିଲା। କିନ୍ତୁ ବର୍ତ୍ତମାନ ବହୁ କଥା ବଦଳିଛି ଏବଂ ଏହା ସହିତ ଦିଲ୍ଲୀର ପରିଚୟ ମଧ୍ୟ ବଦଳି ଯାଇଛି।

ରିପୋର୍ଟ ଅନୁଯାୟୀ, ଶାସନ କାଳରେ ଘଟିଥିବା ଦୁର୍ନୀତି ନେଇ କେଜରିୱାଲ ଉଭୟ କଂଗ୍ରେସ ଏବଂ ଭାଜପାକୁ କଟାକ୍ଷ କରିଛନ୍ତି। ଇଂରେଜମାନେ ମଧ୍ୟ ଲୋକଙ୍କ ରକ୍ତ ଶୋଷି ଥିଲେ। ତେବେ ଇଂରେଜଙ୍କ ତୁଳନାରେ ଭାଜପା ଏବଂ କଂଗ୍ରେସ ଦେଶବାସୀଙ୍କ ରକ୍ତ ଅଧିକ ଶୋଷିଛନ୍ତି। ଆଜି ପର୍ଯ୍ୟନ୍ତ ଖାଦ୍ୟ ସାମଗ୍ରୀ ଉପରେ ଉପରେ କୌଣସି ଟିକସ ଲାଗୁ କରାଯାଇ ନ ଥିଲା। କିନ୍ତୁ ବର୍ତ୍ତମାନ ଏହା ଲାଗୁ ହୋଇଛି। ଭାଜପା ୧୧ ଲକ୍ଷ କୋଟି ଟଙ୍କା ଲୁଟ କରିଛି। ସରକାର ଏହି କାର୍ଯ୍ୟ କରିଛନ୍ତି ଏବଂ ମନୀଷ ସିସୋଡିଆଙ୍କୁ ଜେଲରେ ରଖାଯାଇଛି।

ରାଜ୍ୟର ଲୋକେ ଭୋଟ ଦେଇ ଏଏପିକୁ କ୍ଷମତାକୁ ଆଣିବାକୁ ସେ ଅନୁରୋଧ କରିଛନ୍ତି। ଏହା ସହିତ କଂଗ୍ରେସ ଏବଂ ଭାଜପାକୁ କଡ଼ା ଜବାବ ଦେବାକୁ ସେ ଆହ୍ବାନ ଜଣାଇଛନ୍ତି।

Share