ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ କଂଗ୍ରେସ ବ୍ଲକ ସଭାପତି ଏନ୍‌ ଗଣେଶ ରେଡ୍ଡୀ, ଚିକିତ୍ସା ଚାଲିଥିବାବେଳେ…

ଗଞ୍ଜାମ,୧୯ା୧୨(ବିଦ୍ୟାଧର ସାହୁ): କଂଗ୍ରେସର ବରିଷ୍ଠ ନେତା ତଥା ଗଞ୍ଜାମ ବ୍ଲକ ସଭାପତି ଏନ୍‌. ଗଣେଶ ରେଡ୍ଡୀଙ୍କ ଦେହାନ୍ତ ହୋଇଛି। ଖବର ପାଇ କାଇଞ୍ଚପୁର ଗ୍ରାମସ୍ଥିତ ନିଜ ବାସଭବନରେ ବିଭିନ୍ନ ବର୍ଗର ଲୋକେ ତାଙ୍କର ଶେଷ ଦର୍ଶନ ପାଇ ଭିଡ଼ ଜମିଥିଲା। ବୁଧବାର ରାତିରେ ହଠାତ୍‌ ସେ ଅସୁସ୍ଥ ହୋଇ ପଡ଼ିବାରୁ, ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କର ଦେହାନ୍ତ ହୋଇଥିଲା। ଖବର ପାଇ ସାନଖେମୁଣ୍ଡି ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ରମେଶ ଜେନା, ଛତ୍ରପୁର କଂଗ୍ରେସ ବିଧାୟକ ପାର୍ଥୀ ଭାଗିରଥୀ ବେହେରା, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, କଂଗ୍ରେସ ଗଞ୍ଜାମ ନଗର ସଭାପତି ଯଜ୍ଞେଶ୍ୱର ଶତପଥୀ ପ୍ରମୁଖ ଶେଷ ଦର୍ଶନ କରିଥିଲେ।

ପରେ ଏକ ଶୋଭାଯାତ୍ରାରେ ନିଆଯାଇ ନିଜ ଗ୍ରାମ ମଶାଣି ଋଷିକୂଲ୍ୟା ନଦୀଘାଟରେ ଦାହ କରାଯାଇଥିଲା। ତାଙ୍କର ଏକ ମାତ୍ର ପୁଅ କୁନା ରେଡ୍ଡୀ ମୁଖାଗ୍ନି ଦେଇଥିଲେ। ତାଙ୍କର ବିୟୋଗରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ଶବର କୁମାର ତରାଇ, ବିଜେଡି ନଗର ସଭାପତି ସୁଧୀର କୁମାର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ଉପଦେଷ୍ଟା ଉମାକାନ୍ତ ବେହେରାଙ୍କ ସମେତ ବହୁ ବ୍ୟକ୍ତି ଶୋକ ପ୍ରାର୍ଥନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ପ୍ରଶାସକଙ୍କ ବଡ଼ ସୂଚନା: ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା

ପୁରୀ,୧୯ା୧୨: ନୂଆବର୍ଷରୁ ନାଟମଣ୍ଡପରେ ନୂଆ ଦର୍ଶନ ବ୍ୟବସ୍ଥା ହେବ। ଏନେଇ ଗୁରୁବାର ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ। ସ୍ବତନ୍ତ୍ର ବ୍ୟାରିକେଡ ଯୋଗେ ନୂଆବର୍ଷରୁ...

ବାଇକ୍‌କୁ ବଞ୍ଚାଇବାକୁ ଯାଇ ଗଛରେ ପିଟିହେଲା ଅଟୋ, ୨ ଗୁରୁତର

ପାଟଣା,୧୯ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମାଧପୁର ନିକଟରେ ଗୁରୁବାର ପୂର୍ବାହ୍ନ ଭାରସାମ୍ୟ ହରାଇ ଏକ ଅଟୋ ରାସ୍ତାକଡ଼ରେ ଥିବା ଏକ ଆକାଶିଆ ଗଛକୁ...

କଳାହାଣ୍ଡିରେ ସ୍ବାସ୍ଥ୍ୟମନ୍ତ୍ରୀ: ବିଭିନ୍ନ ମଣ୍ଡି ବୁଲି ବୁଝିଲେ ଚାଷୀଙ୍କ ସମସ୍ୟା, କହିଲେ ଦେଇଥିବା ପ୍ରତିଶ୍ରୁତି ଆମେ…

ଭବାନୀପାଟଣା,୧୯ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ଦିନିକିଆ ଗସ୍ତରେ ଆସିଛନ୍ତି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଳିଙ୍ଗ। ଏହି...

ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଦ୍ୱିତୀୟ ଦିନରେ ଚଢାଉ ଜାରି

ସମ୍ବଲପୁର,୧୯ା୧୨(ପ୍ରମୋଦ ବହିଦାର): ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇ ତଥା ସମ୍ବଲପୁରର ଅନ୍ୟତମ ସ୍ବେଚ୍ଛାସେବୀ ସଂଗଠନ ବିଶ୍ବ(ଭାରତ ଇଣ୍ଟିଗ୍ରେଟେଡ ସୋସିଆଲ ଓ୍ବେଲଫେୟାର ଏଜେନ୍ସି)ର ପ୍ରତିଷ୍ଠାତା ତଥା...

୧୮ ଇଭେଣ୍ଟରେ ପାରଦର୍ଶିତା ଦେଖାଇଲେ ଛାତ୍ରୀଛାତ୍ର

ଥୁଆମୂଳ ରାମପୁର,୧୯।୧୨-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ଦୁଇଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡୋତ୍ସବ ଉଦ୍‌ଯାପିତ...

ମେଘୁଆ ପାଗକୁ ଦେଖି ଚିନ୍ତାରେ ଚାଷୀ

ଗଞ୍ଜାମ,୧୯।୧୨(ବିଦ୍ୟାଧର ସାହୁ):ଗତ ଦୁଇଦିନ ହେଲା ପାଗ ମେଘୁଆ ରହିଛି। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ଥାନୀୟ ଅଞ୍ଚଳର ଚାଷୀ l ଗଞ୍ଜାମ ବ୍ଲକ ଅଞ୍ଚଳରେ...

ହଷ୍ଟେଲରେ ଝୁଲିପଡ଼ିଲେ ଛାତ୍ରୀ: ପୋଲିସ କରୁଛି ଛାନଭିନ୍‌

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ମାଁ ମାଣିକେଶ୍ୱରି ବିଶ୍ୱବିଦ୍ୟାଳୟର ଇନ୍ଦ୍ରାବତୀ ଛାତ୍ରୀ ନିବାସ (ହଷ୍ଟେଲ)ଭିତରୁ ଗୁରୁବାର ସକାଳରେ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ...

ଟ୍ରକ ଅଟକାଇ ଟଙ୍କା ମାଗୁଥିଲେ ଦୁର୍ବୁତ୍ତ: ଟଙ୍କା ନ ଦେବାରୁ ଗୋଡାଇ ଗୋଡାଇ ହାଣିଲେ

ଭଦ୍ରକ, ୧୯।୧୨(ସନାତନ ରାଉତ)- ଭଦ୍ରକ ନୂଆ ବସ ଷ୍ଟାଣ୍ଡ ପୋଲ ତଳେ ବୁଧବାର ବିଳମ୍ବିତ ରାତିରେ ଟ୍ରକ ଡ୍ରାଇଭର ସମେତ ୩ ଜଣକୁ ଆକ୍ରମଣ ହୋଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri