ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବ୍ଲକ ଘେରାଉ

କେନ୍ଦୁଝର,୭ା୭(ସ୍ବ.ପ୍ର.): ପେଟ୍ରୋଲ, ଡିଜେଲ, ଗ୍ୟାସ ଦର ବୃଦ୍ଧି ପ୍ରତିବାଦ କଂଗ୍ରେସ ବ୍ଲକ ଘେରାଉ କରିଛି। ଏତଦ୍‌ବ୍ୟତୀତ ଧାନ ମୂଲ୍ୟ ୨୯୨୯ ଟଙ୍କା ବୃଦ୍ଧି ଓ ଧାନ କିଣା ଅବଧିକୁ ଜୁଲାଇ ୨୫କୁ ବୃଦ୍ଧି ଦାବିରେ ସଦର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଜିଲା ସଭାପତି ବିପ୍ଲବ ମିଶ୍ର, ସଭାନେତ୍ରୀ ସଙ୍ଗୀତା ସିଂହ, ସଦର ବ୍ଲକ ସଭାପତି ଉତ୍ତମ ସାହୁଙ୍କ ସମେତ ବହୁ କର୍ମୀ ସାମିଲ ଥିଲେ। ଜିଲା କଂଗ୍ରେସ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ସଦର ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଘେରାଉ କରାଯାଇଥିଲା।

Share