Categories: ଜାତୀୟ

ଘଣ୍ଟାକ ଭିତରେ ଖୁସି ଖବର ଆଣିଲା କଂଗ୍ରେସ, ଭାଙ୍ଗିବ ୧୦ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନ ୨୦୨୪ର ପ୍ରାରମ୍ଭିକ ଟ୍ରେଣ୍ଡରେ, ଏନଡିଏ ୨୯୦ ପ୍ଲସ ଆସନରେ ଆଗୁଆ ରହିଛି। ଏହାର ଅର୍ଥ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିବା ସ୍ପଷଷ୍ଟ ଦେଖାଯାଉଛି। କେବଳ ଭାଜପା ୨୫୧ଟି ଆସନରେ ଆଗୁଆ ରହିଛି। ଅନ୍ୟପକ୍ଷରେ ବିରୋଧୀ ଇଣ୍ଡିଆ ସହଯୋଗୀ ଦଳ ମଧ୍ୟ ୧୯ ପ୍ଲସ ଆସନରେ ଆଗୁଆ ରହିଛି। ଯେଉଁଥିରେ କେବଳ କଂଗ୍ରେସ ୮୪ ପ୍ଲସ ଆସନରେ ଆଗୁଆ ରହିଛି।
ଟ୍ରେଣ୍ଡରେ, ଯଦିଓ ଇଣ୍ଡିଆ ସହଯୋଗୀ ଦଳ ସଂଖ୍ୟାଗରିଷ୍ଠତାର ଯାଦୁକରୀଠାରୁ ବହୁ ଦୂରରେ ଥିବା ପରି ମନେହୁଏ, ତଥାପି କଂଗ୍ରେସ ପାଇଁ ଏକ ଖୁସି ଖବର ଅଛ। ଗତ ଲୋକ ସଭା ନିର୍ବାଚନ (୨୦୧୯ଲୋକ ସଭା ନିର୍ବାଚନ ଫଳାଫଳ) ତୁଳନାରେ ଏହାର ଆସନ ବୃଦ୍ଧି ପାଉଥିବା ଜଣାପଡିଛି। ଗତଥର କଂଗ୍ରେସ ମୋଟ ୫୨ଟି ଆସନରେ ସୀମିତ ରହିଥିଲା। ଏଥର ସେ ଅଧିକ ସିଟ ପାଇଥିବା ଜଣାପଡିଛି।

Share