Categories: ଜାତୀୟ

୩ ରାଜ୍ୟର ପରାଜୟ ପରେ ୬ରେ ଇଣ୍ଡିଆ ମେଣ୍ଟର ବୈଠକ: ୨୦୨୪ ନିର୍ବାଚନ ଲାଗି ହେବ ଚୂଡ଼ାନ୍ତ ରଣକୌଶଳ

ନୂଆଦିଲ୍ଲୀ,୩ା୧୨: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ବିଧାନସଭା ନିର୍ବାଚନ ଫଳାଫଳ ଭାଜପା ସପକ୍ଷରେ ରହିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୬ ତାରିଖରେ ବିରୋଧୀ ଇଣ୍ଡିଆ ମେଣ୍ଟର ବୈଠକ ଅନୁଷ୍ଠିତ ହେବା। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବାସଭବନରେ ହେବାକୁ ଥିବା ଏହି ବୈଠକରେ ବିରୋଧୀ ନେତାମାନେ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ରଣକୌଶଳ ସ୍ଥିର କରିବେ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି।

ସାଧାରଣ ନିର୍ବାଚନରେ ଭାଜପାକୁ କିପରି ପରାଜିତ କରାଯିବ ସେନେଇ ବୈଠକରେ ଆଲୋଚନା ହୋଇ ଯୋଜନା ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ପୂର୍ବରୁ ଇଣ୍ଡିଆ ବ୍ଲକ୍‌ର ୨୬ ବିରୋଧୀ ଦଳ ପାଟନା, ବେଙ୍ଗାଲୁରୁ ଓ ମୁମ୍ବାଇରେ ଏକାଠି ହୋଇ ଆଲୋଚନା କରିଥିଲେ।

Share