Categories: ଜାତୀୟ

କଂଗ୍ରେସ ନେତାଙ୍କୁ ଝଟକା, ନିର୍ବାଚନ ମଣ୍ଡଳି ଗସ୍ତ ଉପରେ ରୋକ ଲଗାଇଲେ କୋର୍ଟ

ନୂଆଦିଲ୍ଲୀ,୧୮।୪: କର୍ନାଟକ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତାଙ୍କୁ ବଡ ଝଟକା ଲାଗିଛି। କର୍ନାଟକର ସ୍ପେଶାଲ କୋର୍ଟ କଂଗ୍ରେସର ଜଣେ ନେତାଙ୍କୁ ତାଙ୍କ ନିଜ ବିଧାନସଭା ମଣ୍ଡଳି ଗସ୍ତ କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ପ୍ରାର୍ଥୀଙ୍କ ଉପରେ ହତ୍ୟା ଅଭିଯୋଗ ରହିଛି।
ସୂଚନାଯୋଗ୍ୟ, କର୍ନାଟକର ଧାରବାଡ ବିଧାନସଭା ଅଞ୍ଚଳରେ କଂଗ୍ରେସ ବିଜୟ କୁଲକର୍ନିଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା। ଏହାପରେ କର୍ନାଟକର ସ୍ପେଶାଲ କୋର୍ଟ ମଙ୍ଗଳବାର ବିଜୟ କୁଲକର୍ନିିଙ୍କ ବିରୋଧରେ ଆଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ବିଜୟଙ୍କୁ ଧାରବାଡ ଯିବା ଉପରେ ରୋକ ଲଗାଯାଇଛି। ଧାରବାଡ ହେଉଛି ସେହି ସ୍ଥାନ ଯେଉଁଠୁ ବିଜୟଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲା। ବିଜୟଙ୍କ ଉପରେ ଅଭିଯୋଗ ରହିଛି କି ସେ ଭାଜପା ଜିଲା ପଞ୍ଚାୟତ ସଦସ୍ୟ ଯୋଗେଶ ଗୋବଡାଙ୍କୁ ହତ୍ୟା କରିଥିଲେ।

Share