Categories: ଜାତୀୟ

ନିର୍ବାଚନ ହାରିବା ପରେ ହୃଦ୍‌ଘାତରେ କଂଗ୍ରେସ ନେତାଙ୍କ ପରଲୋକ

ଭୋପାଳ,୧୭।୭: ମଧ୍ୟପ୍ରଦେଶ ମ୍ୟୁନିସିପାଲିଟି ନିର୍ବାଚନରେ ହାରିବା ପରେ କଂଗ୍ରେସ ନେତା ହରିନାରାୟଣ ଗୁପ୍ତାଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ସେ ରେୱାର ୯ ନମ୍ବର ଓ୍ବାର୍ଡରୁ ପ୍ରତିଦ୍ୱନ୍ଦିତା କରୁଥିଲେ। ତାଙ୍କୁ ସ୍ବାଧୀନ ପ୍ରାର୍ଥୀ ଅଖିଳେଶ ଗୁପ୍ତା ମାତ୍ର ୧୪ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ। ନିଜ ପରାଜୟ ଖବର ଶୁଣିବା ପରେ ହରିନାରାୟଣଙ୍କୁ ହଠାତ୍‌ ହୃଦଘାତ ହୋଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହରିନାରାୟଣ କଂଗ୍ରେସର ଦଳର ହନୁମନା ମଣ୍ଡଳର ଅଧ୍ୟକ୍ଷ ଥିଲେ। ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ସେ ବହୁ ପରିଶ୍ରମ କରିଥିଲେ। ସେ ବିଜୟ ନେଇ ଆଶ୍ୱସ୍ତ ମଧ୍ୟ ଥିଲେ। କିନ୍ତୁ ସ୍ବାଧୀନ ପ୍ରାର୍ଥୀଙ୍କଠାରୁ ପରାଜୟରେ ସେ ଚିନ୍ତିତ ହୋଇପଡିଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Share