ପ୍ରାର୍ଥୀ ଶେୟାର କଲେ ଛିଣ୍ଡା ଚପଲ: କହିଲେ, ସରିଲା ନିର୍ବାଚନ ପ୍ରଚାର

ଚେନ୍ନାଇ,୬।୪: ତାମିଲନାଡୁରେ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଛି। କରୋନା ନିୟମ ପାଳନ କରି ସକାଳୁ ମତଦାତାମାନେ ଲାଇନ୍‌ରେ ଠିଆ ହୋଇ ମତଦାନ କରିଛନ୍ତି। ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ପାଇଁ ଗତ କିଛି ଦିନରୁ ରାଜନୈତିକ ସରଗରମ ରହିଥିଲା। ତେବେ ରବିବାର ସନ୍ଧ୍ୟାରେ ନିର୍ବାଚନୀ ପ୍ରଚାର ଶେଷ ହୋଇଥିଲା। ପ୍ରଚାର ଶେଷ ହେବା ପରେ ଓମଲୁର ଆସନରୁ ଥିବା କଂଗ୍ରେସ ପ୍ରାର୍ଥୀ ମୋହନ କୁମାରମଙ୍ଗଳମ୍‌ ଟୁଇଟରରେ ଗୋଟିଏ ହଳ ଛିଣ୍ଡା ଚପଲର ଫଟୋ ଶେୟାର କରିଛନ୍ତି। ଏଥିସହ କ୍ୟାପସନରେ ଲେଖିଛନ୍ତି, ସରିଲା ନିର୍ବାଚନୀ ପ୍ରଚାର। ବେଶ୍‌ ସଚ୍ଚୋଟତାର ସହ ମୁଁ ମୋ କାର୍ଯ୍ୟ କରିଛି ବୋଲି ମୋହନ କହିଛନ୍ତି। ସୂଚନାଯୋଗ୍ୟ, ଉକ୍ତ ଚପଲକୁ ନିର୍ବାଚନ ପ୍ରଚାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସେ ଏହି ଚପଲକୁ ପିନ୍ଧି ପ୍ରଚାର କାର୍ଯ୍ୟ କରିଥିଲେ।

Share