Categories: ଜାତୀୟ

ଛାଡପତ୍ର ନ ଦେଇ ହିନ୍ଦୁ ଯୁବତୀଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି କଂଗ୍ରେସ ପ୍ରାର୍ଥୀ, ସତ୍ୟପାଠରୁ ପଡ଼ିଲା ଜଣା…

ଜୟପୁର,୭।୧୧ : ରାଜସ୍ଥାନର ଜୟପୁରର କିଶାନପୋଲ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଅମିନୁଦ୍ଦିନ କାଗଜି ତାଙ୍କ ନିର୍ବାଚନୀ ସତ୍ୟପାଠରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରଦାନ କରିଛନ୍ତି। ୫୦ ବର୍ଷ ବୟସ୍କ ଅମିନ ବିନା ଛାଡପତ୍ରରେ ଦ୍ୱିତୀୟ ଥର ବିବାହ କରିଛନ୍ତି। ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦାଖଲ ହୋଇଥିବା ତଥ୍ୟରେ ଅମିନ ଏହା ନିଶ୍ଚିତ କରିଛନ୍ତି। ସୋମବାର ନାମାଙ୍କନପତ୍ର ଦାଖଲ କରିବା ପରେ ବାହାରିଥିବା ସତ୍ୟପାଠରେ ଅମିନ କାଗଜି ତାଙ୍କ ପ୍ରଥମ ସ୍ତ୍ରୀଙ୍କ ନାମ ରେଶମା ଏବଂ ଦ୍ୱିତୀୟ ସ୍ତ୍ରୀଙ୍କ ନାମ ମୋନିକା ଶର୍ମା ଉଲ୍ଲେଖ କରିଛନ୍ତି। ଏହା ସହିତ ନିର୍ବାଚନୀ ସତ୍ୟପାଠରେ ତାଙ୍କର ଦୁଇ ପୁଅ ଏବଂ ଦୁଇ ଝିଅ ଥିବା ଉଲ୍ଲେଖ କରିଛନ୍ତି।

ବିଧାୟକଙ୍କ ଦ୍ୱିତୀୟ ସ୍ତ୍ରୀଙ୍କଠାରୁ ଜଣେ ଝିଅ ମଧ୍ୟ ଅଛନ୍ତି। ସେ ତାଙ୍କର ଆୟର ଉତ୍ସ ବ୍ୟବସାୟ ଦର୍ଶାଇଛନ୍ତି। ସାଙ୍ଗା ମୋଟର୍ସରେ ଅମିନୁଦ୍ଦିନଙ୍କ ୧.୯୨ କୋଟି ଟଙ୍କା ମୂଲ୍ୟର ଶେୟାର ରହିଛି। ସାଙ୍ଗା ବିଲଡର୍ସ ପ୍ରାଇଭେଟ ଲିମିଟେଡରେ ୫୦ ଲକ୍ଷ ଟଙ୍କା ମୂଲ୍ୟର ଶେୟାର, ସାଙ୍ଗା ହୋଟେଲରେ ୧୬ ଲକ୍ଷ ମୂଲ୍ୟର ଶେୟାର, ସଲିମ ପେପରରେ ୭୮.୧୬ ଲକ୍ଷ ଟଙ୍କାର ଶେୟାର ଅଛି।
ଏଥି ସହିତ କଂଗ୍ରେସ ପ୍ରାର୍ଥୀ ଅମିନଙ୍କ ନିଜସ୍ବ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ବୋଲି କୁହାଯାଉଛି। ଏହା ବ୍ୟତୀତ ଅମିନଙ୍କର ୧୦ ତୋଳା ସୁନା ଅଳଙ୍କାର ଅଛି ଏବଂ ଉଭୟ ସ୍ତ୍ରୀଙ୍କର ୨୧ ତୋଳା ଲେଖାଏଁ ସୁନା ଅଳଙ୍କାର ଅଛି। ଅର୍ଥାତ ଏହି ତିନିଜଣଙ୍କ ପାଖରେ ପ୍ରାୟ ୩୧ ଲକ୍ଷ ଟଙ୍କାର ସୁନା ରହିଛି ।

Share