Advertisement

ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥି ଘୋଷଣା: ବାଲେଶ୍ୱରରେ ମମତା, ତିର୍ତ୍ତୋଲରେ ହିମାଂଶୁ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ)-ଆସନ୍ତା ନଭେମ୍ବର ୩ରେ ହେବାକୁ ଥିବା ବାଲେଶ୍ୱର ସଦର ଏବଂତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ସୋମବାର ପ୍ରାର୍ଥି ଘୋଷଣା କରିଛି କଂଗ୍ରେସ। ବାଲେଶ୍ୱର ସଦର ପାଇଁ ମମତା କୁଣ୍ଡୁଙ୍କୁ କଂଗ୍ରେସ ପ୍ରାର୍ଥି କରିଥିବାବେଳେ ତିର୍ତ୍ତୋଲ ପାଇଁ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ପ୍ରାର୍ଥି କରିଛି।
ସୂଚନାଯୋଗ୍ୟ, ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କ ବିୟୋଗ ପରେ ଉକ୍ତ ଆସନ ଖାଲି ପଡ଼ିଥିଲା। ସେହିପରି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଷ୍ଣୁ ଦାସଙ୍କ ବିୟୋଗ ପରେ ସେହି ଆସନ ଖାଲି ପଡ଼ିଥିଲା। ତେବେ ଏହି ଦୁଇଟି ଆସନ ପାଇଁ ଆସନ୍ତା ନଭେମ୍ବର ୩ରେ କୋଭିଡ କଟକଣା ମଧ୍ୟରେ ମତଦାନ ସାବ୍ୟସ୍ତ କରାଯିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share