ନୂଆଦିଲ୍ଲୀ,୧୭।୩: କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ଶୁକ୍ରବାର ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଉପରେ ଆଲୋଚନା କରାଯିବ। ଏଥିସହ ପ୍ରାର୍ଥୀଙ୍କ ନାମର ପ୍ରଥମ ତାଲିକା ଉପରେ ମୋହର ଲାଗିପାରେ। ଆସନ୍ତା କିଛି ମାସ ମଧ୍ୟରେ କର୍ନାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।
ଅନ୍ୟପଟେ,ମାର୍ଚ୍ଚ ୧୮ରେ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ ପାଇପାରେ ବୋଲି ସୂଚନା ମିଳିଛି। ଏହାପୂର୍ବରୁ ରାଜ୍ୟର ବିଜୟପୁରରେ କଂଗ୍ରେସର ବରିଷ୍ଠ ନେତାମାନେ କର୍ନାଟକ ନିର୍ବାଚନରେ ଟିକେଟ ବଣ୍ଟନ ସମ୍ପର୍କରେ ଏକ ବୈଠକ କରିଥିଲେ। ସୂଚନାନୁସାରେ, ରାହୁଲ ଗାନ୍ଧୀ ମାର୍ଚ୍ଚ ୨୦ରେ କର୍ନାଟକ ଗସ୍ତରେ ଯାଉଛନ୍ତି। ତେବେ ଗସ୍ତ ପୂର୍ବରୁ ଦଳ ପ୍ରାୟ ୧୨୦ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ। ସେ ରାହୁଲ ଗାନ୍ଧୀ ଏହି ଗସ୍ତ ସମୟରେ ରାଜ୍ୟର ବେଲାଗାବିରେ ଦଳର ମେଗା ରାଲିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।