ଶେଷରେ ବାଇଡେନ୍‌ଙ୍କ ବିଜୟରେ ଲାଗିଲା ମୋହର: ୨୦ରେ ଶପଥ ଗ୍ରହଣ

ଓ୍ବାଶିଂଟନ୍‌,୭।୧: ବହୁ ବାଦବିବାଦ ଏବଂ ହିଂସାକାଣ୍ଡ ପରେ ଶେଷରେ ଆମେରିକା କଂଗ୍ରେସ ଜୋ ବାଇଡେନ୍‌ଙ୍କ ବିଜୟରେ ମୋହର ମାରିଛି। ଆମେରିକା ସଂସଦ ଗୁରୁବାର ବାଇଡେନଙ୍କ ବିଜୟକୁ ସୁନିଶ୍ଚିତ କରିଥିବାରୁ ସେ ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ଅନ୍ୟବକ୍ଷରେ ଆମେରିକା କଂଗ୍ରେସ ବାଇଡେନଙ୍କ ବିଜୟରେ ମୋହର ମାରିଥିବାରୁ ଟ୍ରମ୍ପ ନିଜର ପରାଜୟ ସ୍ବୀକାର କରି ସେ ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର କରିବେ ବୋଲି କହିଛନ୍ତି। ଆମେରିକା ସଂସଦର ବୈଠକରେ ଉପରାଷ୍ଟ୍ରପତି ମାଇକ ପେନ୍ସ ଇଲେକ୍ଟୋରାଲ ଭୋଟ ଗଣତି କରିଥିଲେ। ଗଣତି ବେଳେ ବାଇଡେନଙ୍କ ସପକ୍ଷରେ ୩୬୦ଟି ଇଲେକ୍ଟୋରାଲ ଭୋଟ ଥିବା ସେ ଘୋଷଣା କରିଥିଲେ। ସେହିପରି ଟ୍ରମ୍ପଙ୍କ ସପକ୍ଷରେ ୨୩୨ଟି ଇଲେକ୍ଟୋରାଲ ଭୋଟ ପଡିଥିଲା। ସୂଚନାଯୋଗ୍ୟ, ସିନେଟର ବୈଠକ ବସିଥିବା ବେଳେ କ୍ୟାପିଟାଲ ବିଲ୍ଡିଂ ପରିସରରେ ପ୍ରବଳ ହିଂସାକାଣ୍ତ ଘଟିଥିଲା। ଟ୍ରମ୍ପଙ୍କ ସମର୍ଥକମାନେ ସଂସଦ ବିଲଡିଂରେ ଧସେଇ ପସିବାରୁ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା।

Share