Categories: ଜାତୀୟ

୪ଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କଲା କଂଗ୍ରେସ

ଭୋପାଳ,୨୫।୧୦: ମଧ୍ୟପ୍ରଦେଶରେ କଂଗ୍ରେସ ୪ଟି ଆସନରେ ପ୍ରାର୍ଥୀ ବଦଳାଇଛି। କଂଗ୍ରେସ ସୁମାୱଲି, ପାପିରିଆ, ବଡନଗର ଏବଂ ଜାବରା ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି। କଂଗ୍ରେସ ସୁମାୱଲରୁ କୁଲଦୀପ ସିକରୱାରଙ୍କ ସ୍ଥାନରେ ଅଜବ ସିଂ କୁଶୱାହାଙ୍କୁ, ପାପିରିଆରୁ ଗୁରୁ ଚରଣ ଖେରଙ୍କ ସ୍ଥାନରେ ବିରେନ୍ଦ୍ର ବେଲବଂଶୀ, ବଡନଗରରୁ ରାଜେନ୍ଦ୍ର ସିଂ ସୋଲଙ୍କିଙ୍କ ସ୍ଥାନରେ ମୁରଲି ମାରଓ୍ବେଲ ଏବଂ ଜାବରାରୁ ହିମ୍ମତ ଶ୍ରୀମାଲଙ୍କ ସ୍ଥାନରେ ବିରେନ୍ଦ୍ର ସିଂ ସୋଲଙ୍କିଙ୍କୁ ମନୋନୀତ କରିଛି।

Share