Categories: ଜାତୀୟ

ସେପ୍ଟେମ୍ବର ୧୬କୁ ହାଇଦ୍ରାବାଦରେ ହେବ କଂଗ୍ରେସର ପ୍ରଥମ ସିଡବ୍ଲ୍ୟୁସି ବୈଠକ

ନୂଆଦିଲ୍ଲୀ,୪୧୯: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସେପ୍ଟେମ୍ବର ୧୬ରେ ହାଇଦ୍ରାବାଦରେ ନବ ଗଠିତ କଂଗ୍ରେସ କାର୍ଯ୍ୟ କମିଟି (ସିଡବ୍ଲ୍ୟୁସି) ର ଏକ ବୈଠକ ଡାକିଛନ୍ତି ଏବଂ ପରଦିନ ତେଲଙ୍ଗାନାରେ ଦଳର ଏକ ବିଶାଳ ଜନସଭା ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି।

ଦଳର ସଂଗଠନ ସାଧାରଣ ସମ୍ପାଦକ କେସି ଭେଣୁଗୋପାଳ ସୋମବାର କହିଛନ୍ତି ଯେ, ସେପ୍ଟେମ୍ବର ୧୬ରେ ହାଇଦ୍ରାବାଦରେ କଂଗ୍ରେସ ଅଧ୍ୟକ୍ଷ ନୂତନ କାର୍ଯ୍ୟ କମିଟିର ପ୍ରଥମ ବୈଠକ ଡାକିଛନ୍ତି। ପରଦିନ, ସେପ୍ଟେମ୍ବର ୧୭ରେ, ବିସ୍ତାରିତ କାର୍ଯ୍ୟ କମିଟିର ବୈଠକ ହେବ।

ଭେଣୁଗୋପାଳ କହିଛନ୍ତି, ୧୭ ସେପ୍ଟେମ୍ବର ସାରେ ହାଇଦ୍ରାବାଦ ନିକଟରେ ଏକ ବିଶାଳ ଜନସଭା ମଧ୍ୟ ହେବ। ସେ କହିଛନ୍ତି ଯେ, ତେଲଙ୍ଗାନା ଜାତୀୟ ଏକତା ଦିବସର ଐତିହାସିକ ଅବସରରେ ଆମେ ହାଇଦ୍ରାବାଦ ନିକଟରେ ଏକ ବିଶାଳ ସମାବେଶ ଆୟୋଜନ କରିବୁ ଯେଉଁଠାରେ ଆମେ ତେଲଙ୍ଗାନା ପାଇଁ ୫ଟି ଗ୍ୟାରେଣ୍ଟି ଘୋଷଣା କରିବୁ।

 

Share