Posted inଜାତୀୟ

୨୦୨୪ରେ ଲୋକ ସଭା ନିର୍ବାଚନ ଆମେ ଜିତିବୁ: ଖାର୍ଗେ

ନୂଆଦିଲ୍ଲୀ,୧୯ ।୧୨: କଂଗ୍ରେର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଅଲୱରରେ ଖବରଦାତାଙ୍କ ସହ କଥା ହେବା ବେଳେ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ଜନସମାଜ ଯୋଡି ହୋଇଛି । ରାହୁଲ ଗାନ୍ଧୀ ସବୁ ସମାଜକୁ ସାଙ୍ଗରେ ନେଇ ଚାଲୁଛନ୍ତି । ତେଣୁ ଲାଗୁଛି ୨୦୨୪ରେ ଲୋକ ସଭା ନିର୍ବାଚନ ଆମେ ଜିତିବୁ ।

ଖାର୍ଗେ ଚାଇନାର ଚାଲାକିକୁ ନେଇ କେନ୍ଦ୍ରର ଶାସକ ଭାରତୀୟ ଜନତା ପାର୍ଟି(ଭାଜପା) ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ଖାର୍ଗେ କହିଥିଲେ ଚାଇନା ଆକ୍ରମଣ କରୁଛି ହେଲେ ସରକାର ଶାସକ ଦଳ ସହ ଚର୍ଚ୍ଚା କରିବାକୁ ବି ପ୍ରସ୍ତୁତ ନୁହେଁ । ସରକାର ଚାଇନାକୁ ନେଇ ଚର୍ଚ୍ଚା କରିବାକୁ ଭୟ କରୁଛନ୍ତି । ଅରୁଣାଚଳ ପ୍ରଦେଶରେ ଏତେ ବଡ ଘଟଣା ଘଟିଲା ହେଲେ ପ୍ରତିରକ୍ଷା ମନ୍ତ୍ରୀ ଗୋଟିଏ ଫର୍ଦ୍ଦର ବୟାନ ଦେଲେ । ଚାଇନାକୁ ନେଇ ସରକାର କ’ଣ କରୁଛନ୍ତି ତାହା ଆମକୁ ସରକାର ଜଣାଇବା ଦରକାର । ଆମ ନେତା ଯେତେବେଳେ ଚାଇନା ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇଲେ ଓଲଟା ଭାଜପା ନେତା ଆମକୁ ଟାର୍ଗେଟ କଲେ ଆମକୁ ପ୍ରଶ୍ନ ପଚାରିଲେ । ମୁଁ କହୁଛି ରାହୁଲ ଗାନ୍ଧୀ ଆଉ କଂଗ୍ରେସ ଦେଶ ସହ ରହିଛନ୍ତି । ସରକାର ଚାଇନାକୁ ନେଇ ଚର୍ଚ୍ଚା କାହିଁକି କରୁ ନାହାନ୍ତି । ଆମେ ଚାଇନା ଉପରେ ଆକ୍ରମଣ କରୁଛୁ ହେଲେ ସରକାର ପଳାୟନ କରୁଛନ୍ତି । ଖାର୍ଗେ ଆହୁରି ମଧ୍ୟ କହିଛନ୍ତି ସରକାର ମୂଷା ଭଳି ବ୍ୟବହାର କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଭୁଲ ପାଇଁ ଭାଜପା ଏମପିଙ୍କ ବ୍ରେକ୍‌ଷ୍‌ଫାଷ୍ଟରେ ପହଞ୍ଚିଗଲେ କଂଗ୍ରେସ ଏମପି

ନୂଆଦିଲ୍ଲୀ,୨୬।୧୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଦିଲ୍ଲୀର ବିକାନେର ହାଉସରେ ଭାରତୀୟ ଜନତା ପାର୍ଟି (ଭାଜପା) ଏମପିମାନଙ୍କ ପାଇଁ ଏକ ବ୍ରେକଫାଷ୍ଟର ଆୟୋଜନ କରିଥିଲେ। ଏଥିପାଇଁ...

ଆଜି ବି’ ମନେପଡ଼ିଲେ ଲୋମ ଟାଙ୍କୁରି ଉଠେ, ୨୬/୧୧

ମୁମ୍ବାଇ,୨୬।୧୧: ଆଜି ବି’ ମନେପଡିଲେ ଲୋମ ଟାଙ୍କୁରି ଉଠେ। ଆତଙ୍କବାଦୀଙ୍କ ସଂହାରଲୀଳା। ଦେଶର ବାଣିଜି୍ୟକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଖେଳି ଥିଲେ ରକ୍ତର ହୋଲି। ପାକିସ୍ତାନୀ...

ମୁଖ୍ୟମନ୍ତ୍ରୀ ରେସ୍‌ରୁ ଓହରିଲେ ଶିନ୍ଦେ! ନିଜ ସମର୍ଥକଙ୍କୁ କଲେ ଏମିତି ନିବେଦନ

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ନୂଆ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି। ଫଳାଫଳର ତିନି ଦିନ ପରେ...

ସଂସଦର ମଞ୍ଚରେ ଥିଲେ ମୋଦି, ଖାର୍ଗେ, ହେଲେ କାହିଁକି ହଡବଡେଇ ଗଲେ ରାହୁଲ?

ନୂଆଦିଲ୍ଲୀ,୨୬।୧୧: ଏବେ ସଂସଦର ଶୀତକାଳୀନ ଅଧିବେଶନ ଚାଲିଛି। ନଭେମ୍ବର ୨୫ରୁ ଶୀତ ଅଧିବେଶନ ଆରମ୍ଭ ହୋଇ ୨୦ ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ମଙ୍ଗଳବାର ହେଉଛି ସମ୍ବିଧାନ...

ରାହୁଲଙ୍କ ସହ ମୁଁ ତର୍କ କରିବାକୁ ଚାହୁଁନାହିଁ…, କାହିଁକି ଏମିତି କହିଲେ ପୂର୍ବତନ ସିଜେଆଇ

ନୂଆଦିଲ୍ଲୀ,୨୬।୧୧: ନିକଟରେ ଦେଶର ପ୍ରଧାନ ବିଚାରପତି (ସିଜେଆଇ) ପଦରୁ ଅବସର ନେଇଥିବା ଡିଓ୍ବାଇ ଚନ୍ଦ୍ରଚୁଡ଼ ବର୍ତ୍ତମାନ ନ୍ୟାୟିକ କାର୍ଯ୍ୟରୁ ଦୂରେଇ ରହିବାକୁ ଚାହୁଁଛନ୍ତି। ନ୍ୟୁଜ ଏଜେନ୍ସି...

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏକନାଥ ଶିନ୍ଦେ

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ମହାୟୁତି ଗଠବନ୍ଧନରେ ବିବାଦ ଲାଗି ରହିଛି। ଏହି ସମୟରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପଦରୁ ଏକନାଥ ଶିନ୍ଦେ ଇସ୍ତଫା ଦେଇଛନ୍ତି।...

ହେମନ୍ତ ସୋରେନଙ୍କୁ ଲାଗିଲା ବଡ଼ ଝଟ୍‌କା

ରାଞ୍ଚି,୨୬।୧୧: ଇଡି ସମନକୁ ଅବମାନନା କରିବା ମାମଲାରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଞ୍ଚିର ଏମପି-ଏମଏଲଏ ସ୍ବତନ୍ତ୍ର କୋର୍ଟଙ୍କଠାରୁ ଏକ ଝଟ୍‌କା ପାଇଛନ୍ତି। ଏହି ମାମଲାରେ...

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନ୍‌ଭିସ୍‌! ଜାଣନ୍ତୁ କ’ଣ ରହିଛି ସମୀକରଣ

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ମହାୟୁତି ଗଠବନ୍ଧନରେ ବିବାଦ ଲାଗି ରହିଛି। ତେବେ ବିଧାନସଭା ନିର୍ବାଚନର ଫଳାଫଳରୁ ଏହା ସ୍ପଷ୍ଟ ଜଣାପଡୁଛି, ଭାଜପା ଦଳୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri