Categories: ଜାତୀୟ

୪୮ ଘଣ୍ଟାରେ କଂଗ୍ରେସ ସଂଗ୍ରହ କଲା ୩ କୋଟି ଚାନ୍ଦା, ବିହାର-ମହାରାଷ୍ଟ୍ରରୁ ଅଧିକ ଲୋକ ସାମିଲ…

ନୂଆଦିଲ୍ଲୀ,୨୧।୧୨ : କଂଗ୍ରେସ ପାର୍ଟି ମାତ୍ର ୪୮ ଘଣ୍ଟା ମଧ୍ୟରେ କ୍ରାଉଡ ଫଣ୍ଡିଂ ମାଧ୍ୟମରେ ୩ କୋଟି ଟଙ୍କା ସଂଗ୍ରହ କରିଛି। ଏପର୍ଯ୍ୟନ୍ତ ପ୍ରାୟ ୧,୧୩,୦୦୦ ଲୋକ ଦାନ କରିଛନ୍ତି। ୨୦୨୪ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ପାଇଁ ସମ୍ବଳ ସଂଗ୍ରହ ଲାଗି ଏକ ଅଭିଯାନ ଆରମ୍ଭ କରିଛି।
ଦେଶବ୍ୟାପୀ କ୍ରାଉଡ ଫଣ୍ଡିଂ ଅଭିଯାନ ‘ଦେଶ ପାଇଁ ଦାନ’ ଆରମ୍ଭ କରାଯାଇଛି। ବୁଧବାର ସକାଳ ୯ ଟା ପର୍ଯ୍ୟନ୍ତ କଂଗ୍ରେସ ୨.୮୧ କୋଟି ଟଙ୍କା ସଂଗ୍ରହ କରିଛି। ପାର୍ଟି ସୂତ୍ରରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଅଧିକାଂଶ ଦାତା ୧୩୮ ଟଙ୍କା ଦାନ କରିଛନ୍ତି।
କେବଳ ୩୨ ଜଣ ଲୋକ ୧.୩୮ ଲକ୍ଷ ଟଙ୍କା ଦାନ କରିଛନ୍ତି। କଂଗ୍ରେସ ପାର୍ଟି ଏହାର ୧୩୮ ତମ ବାର୍ଷିକୀ ପାଳନ କରୁଛି । ୬୨୬ ଜଣ ୧୩,୦୦୦ ଏବଂ ୬୮୦ ଟଙ୍କା ଦାନ କରିଛନ୍ତି।
ଯେଉଁ ନେତାମାନେ ୧.୩୮ ଲକ୍ଷ ଟଙ୍କା ଦାନ କରିଛନ୍ତି ସେମାନଙ୍କ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ରାହୁଲ ଗାନ୍ଧୀ, ଅଶୋକ ଗେହଲଟ, ସିପି ଯୋଶୀ, ନିରଂଜନ ପଟ୍ଟନାୟକ, ସୁଶୀଲ କୁମାର ସିନ୍ଦେ, ଟିଏସ ସିଂ ଦେଓ, ଜୟରାମ ରମେଶ ଏବଂ ପୱନ ଖେଡା ଅଛନ୍ତି।

ସୂଚନାନୁସାରେ, ୧୧ ଲକ୍ଷରୁ ଅଧିକ ଲୋକ Donateinc.in ପରିଦର୍ଶନ କରିଥିଲେ। ଏହି ସାଇଟ ୨୦ ହଜାର ରୁ ଅଧିକ ବଟ ଆକ୍ରମଣର ସମ୍ମୁଖୀନ ହୋଇଥିଲା ।
ସୂଚନାନୁସାରେ, କଂଗ୍ରେସ ଦଳ ରାଜ୍ୟମାନଙ୍କରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପଠାଇ ରାଜ୍ୟ ନେତାଙ୍କ ସକ୍ରିୟ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ପାଇଁ ଏହା କରୁଛି। ସେହିଭଳି ଦେଶର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ବୁଥ ପିଛା ଅତି କମରେ ୧୦ ଜଣଙ୍କ ନିକଟରେ ପହଞ୍ଚିବା ପାଇଁ ଏକ ଦ୍ୱାରରୁ ଦ୍ୱାର ଅଭିଯାନ ଖୁବ ଶୀଘ୍ର ଆରମ୍ଭ ହେବ।
ପ୍ରଥମ ଥର ପାଇଁ ଦଳ ସାଧାରଣ ସଭା ସମୟରେ କ୍ୟୁଆର କୋଡ ମାଧ୍ୟମରେ ସାଧାରଣ ଜନତାଙ୍କଠାରୁ ଟଙ୍କା ମାଗିବ।
ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ପିନ୍ଧିଥିବା ଟି-ସାର୍ଟ ଏବଂ କ୍ୟାପ ଭଳି ସାମଗ୍ରୀ ରାହୁଲଙ୍କ ସ୍ବାକ୍ଷର ସହିତ ବିକ୍ରି କରାଯିବ।

ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ରରୁ କଂଗ୍ରେସ ସର୍ବାଧିକ ଦାନ ସଂଗ୍ରହ ହୋଇଛି। ରାଜ୍ୟରୁ ୫୬ ଲକ୍ଷ ଟଙ୍କା ସଂଗୃହୀତ ହୋଇଛି। ଏହା ପରେ ରାଜସ୍ଥାନରୁ ୨୬ ଲକ୍ଷ ଟଙ୍କା, ଦିଲ୍ଲୀରୁ ୨୦ ଲକ୍ଷ ଟଙ୍କା, ଉତ୍ତରପ୍ରଦେଶ ୧୯ ଲକ୍ଷ ଟଙ୍କା ଏବଂ କର୍ନାଟକରୁ ୧୮ ଲକ୍ଷ ଟଙ୍କା ସଂଗ୍ରହ କରାଯାଇଛି।
କଂଗ୍ରେସ ସୂତ୍ରରୁ ପ୍ରକାଶ ୟୁପିଆଇ ମାଧ୍ୟମରେ ୮୧ ପ୍ରତିଶତ ଲୋକ ଦାନ କରିଛନ୍ତି। କ୍ରେଡିଟ କାର୍ଡ ମାଧ୍ୟମରେ ପ୍ରାୟ ୮ ପ୍ରତିଶତ ଦାନ ଆସିଛି। ଅଧିକାଂଶ ଦାତା ବିହାରର। ତେବେ ସେମାନଙ୍କର ଟଙ୍କା ପରିମାଣ କମ ରହିଛି।

Share