Categories: ଜାତୀୟ

ପ୍ରଶାନ୍ତ କିଶୋରଙ୍କ ରଣନୀତିକୁ ନେଇ ସୋନିଆଙ୍କୁ ମତ ଦେଲେ କଂଗ୍ରେସ କମିଟି

ନୂଆଦିଲ୍ଲୀ,୨୩ ।୪: ନିର୍ବାଚନର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋରଙ୍କ ଦ୍ୱାରା ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନର ରଣନୀତି ଉପରେ ବିଚାର ବିମର୍ଶ କରି କଂଗ୍ରେସର ବରିଷ୍ଠ ନେତାଙ୍କ ଏକ ଦଳ ପାର୍ଟି ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ସେମାନଙ୍କ ମତ ଦେଇଛନ୍ତି । ଏହାସହ ଏମାନେ ଦଳ ସମ୍ପର୍କିତ କୌଣସି ନିଷ୍ପତ୍ତି ତଥା ସଂଗଠନାତ୍ମକ ପରିବର୍ତ୍ତନ କଥା ସୋନିଆଙ୍କ ଉପରେ ନ୍ୟସ୍ତ କରିଦେଇଛନ୍ତି ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ ଅଧ୍ୟକ୍ଷଙ୍କ ଦ୍ୱାରା ଗଠିତ ୮ ନେତାଙ୍କ କମିଟି ପ୍ରଶାନ୍ତ କିଶୋରଙ୍କ ରଣନୀତିକୁ ନେଇ ବିସ୍ତୃତ ଚର୍ଚ୍ଚା କରିବା ପରେ ସୋନିଆଙ୍କୁ ସେମାନଙ୍କ ମତାମତ ପଠାଇଛନ୍ତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦଳର ପୁନରୁଦ୍ଧାର । କିଛି ବିଚାର ବିମର୍ଷ କରିବାକୁ ଦଳର କେତେଜଣ ନେତା ସୋମବାର ପୁଣିଥରେ ଏକାଠି ହେବେ ବୋଲି ଜଣାପଡିଛି ।

Share