Categories: ଜାତୀୟ

‘ମନ କି ବାତ’କୁ ‘ମୌନ କି ବାତ’ସହ ତୁଳନା କଲା କଂଗ୍ରେସ

ନୂଆଦିଲ୍ଲୀ,୩୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶୋ ‘ମନ କି ବାତ’ର ୧୦୦ତମ ଅଧ୍ୟାୟକୁ ପ୍ରସାରଣ କରୁଛନ୍ତି। ତେବେ ଏହି ସମୟରେ କଂଗ୍ରେସ ନେତା ଜୟରାମ ରମେଶ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ମୋଦିଙ୍କ ଶୋ ‘ମନ କି ବାତ’କୁ ସେ ‘ମୌନ କି ବାତ’ ସହ ତୁଳନା କରିଛନ୍ତି।

ମନ କି ବାତର ୧୦୦ତମ ଅଧ୍ୟାୟକୁ ବହୁ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ‘ମନ କି ବାତ’ରେ ସେ ମନର କଥା କହୁଛନ୍ତି। କିନ୍ତୁ ଚାଇନା,ଆଦାନୀ, ଅର୍ଥନୈତିକ ଅଭିବୃଦ୍ଧି, ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି, ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣ, ମହିଳା କୁସ୍ତିଯୋଦ୍ଧାଙ୍କ ପ୍ରତି ଅପମାନ, କୃଷକ ସଂଗଠନକୁ ଦେଇଥିବା ପ୍ରତିଶ୍ରୁତି ପୂରଣ ନ କରିବା ଏବଂ ଭ୍ରଷ୍ଟାଚାର ପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ‘ମୌନ କି ବାତ’ ଅଟେ ବୋଲି ସେ କହିଛନ୍ତି।

Share