Categories: ଜାତୀୟ

ହିଟଲର ଆଉ ଷ୍ଟାଲିନଙ୍କ ସହ ମୋଦିଙ୍କୁ ତୁଳନା କଲା କଂଗ୍ରେସ

ନୂଆଦିଲ୍ଲୀ,୧୧ ।୩: କଂଗ୍ରେସ ନେତା ଜୟରାମ ରମେଶ ‘ନରେନ୍ଦ୍ର ମୋଦି ଷ୍ଟାଡିୟମ’ର ନାମକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ସେ ମୋଦିଙ୍କୁ ଟାର୍ଗେଟ କରି ତାଙ୍କ ସମୟର ଏକ ଛତ୍ରବାଦୀ ଶାସକଙ୍କର ଏକ ତାଲିକା ଟୁଇଟରରେ ଶେୟାର କରିଛନ୍ତି, ଯାହାର ଶେଷରେ ପ୍ରଧାନମନ୍ତ୍ରୀଙ୍କ ନାମ ବି ରହିଛି ।

ଜୟରାମ ରମେଶ କହିଛନ୍ତି hrSc କୁ ନିଜ ଛବିରେ ନିଜକୁ ସମ୍ମାନିତ କରିବା ଦେଖି ଏହିସବୁ ନେତାମାନଙ୍କ ତାଲିକା ମନେ ପଡେ, ଯେଉଁମାନେ ନିଜ ଜୀବନକାଳ ମଧ୍ୟରେ ଷ୍ଟାଡିୟମର ନାମକରଣ ନିଜ ନାମରେ କରିଥିଲେ ।
ଜୟରାମ ରମେଶ ଟୁଇଟରରେ ୮ଜଣଙ୍କ ନାମ ଉଲ୍ଲେଖ କରିଛନ୍ତି । ସବୁଠୁ ଶେଷରେ ରହିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମ । ସର୍ବପ୍ରଥମେ ଏହି ତାଲିକାର ଏକ ନମ୍ବରରେ ରହିଛି ଜୋସେଫ ଷ୍ଟାଲିନଙ୍କ ନାମ, ଏହାପରେ ହିଟଲର, ବେନିଟୋ ମୁସୋଲିନି, କିମ ଇଲ ସୁଙ୍ଗ, ମୁଅମ୍ମର ଗଦ୍ଦାଫି, ସଦ୍ଦାମ ହୁସେନ, ରେସେପ ତୈୟପ ଏର୍ଦ୍ଦେଗନ ଓ ନରେନ୍ଦ୍ର ମୋଦି । ଜୟରାମ ରମେଶ ଗୋଟିଏ ପଟେ ଏସବୁ ନେତାଙ୍କ ସହ ମୋଦିଙ୍କୁ ତୁଳନା କରିଛନ୍ତି ।
ଜୟରାମ ରମେଶଙ୍କ ଏହି ଟୁଇଟ ଉପରେ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତେଜିନ୍ଦର ସିଂ ସରନ ଜବାବ ଦେଇଛନ୍ତି । ସେହି ଟୁଇଟ ଉପରେ ସେ ଲେଖିଛନ୍ତି, ନେହେରୁ ରାଜବଂଶର ପ୍ରଧାନମନ୍ତ୍ରୀ ଆମକୁ ସେହି ନେତାଙ୍କ ତାଲିକାକୁ ମନେପକାଇ ଦେଉଛି, ଯେଉଁମାନେ ସେମାନଙ୍କ ଜୀବନକାଳ ମଧ୍ୟରେ ନିଜ ନାମରେ ଷ୍ଟାଡିୟମ/ପୁରସ୍କାର ରଖିଥିଲେ । ସେ ଆଗକୁ ୯ଟି ନାମ ଲେଖିଥିଲେ । ଯେଉଁଥିରେ ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀ ସାମିଲ ଥିଲେ ।

Share