Posted inଜାତୀୟ

କଂଗ୍ରେସକୁ ଘାରିଛି ଘର କଳି ଚିନ୍ତା, ପଞ୍ଜାବ-ଉତ୍ତରାଖଣ୍ଡରେ ଅବୁଝାଙ୍କୁ ବୁଝାଇବା ଜାରି…

ନୂଆଦିଲ୍ଲୀ, ୨୭।୧ : ଆଗକୁ ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ। ତେବେ ଏହି ଦୁଇରାଜ୍ୟରେ ଘର କଳି ଯୋଗୁ କଂଗ୍ରେସର ଚିନ୍ତା ବଢ଼ିବାରେ ଲାଗିଛି। ଟିକଟ ବଣ୍ଟନ ଉପରେ ଦଳୀୟ ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଦଳର ହାଇକମାଣ୍ଡ ଆଶଙ୍କା କରୁଛନ୍ତି ଯେ ଯଦି ଅସନ୍ତୋଷ ଶୀଘ୍ର ନିୟନ୍ତ୍ରଣକୁ ନଆସେ ତେବେ ଉଭୟ ରାଜ୍ୟରେ କଂଗ୍ରେସକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତେଣୁ ସ୍ଥାନୀୟ ଅବୁଝାଙ୍କୁ ବୁଝାଇବା ଜାରି ରହିଛି। ଏହାର ଦାୟିତ୍ୱ ଦଳର ବରିଷ୍ଠ ନେତାଙ୍କୁ ପ୍ରଦାନ କରାଯାଇଛି।

କଂଗ୍ରେସର ସବୁଠୁ ବଡ ଚିନ୍ତା ହେଉଛି ଉତ୍ତରାଖଣ୍ଡ। ରାଜ୍ୟ କଂଗ୍ରେସରେ ଆଭ୍ୟନ୍ତରୀଣ ଅସନ୍ତୋଷ ପଦାରେ ପଡ଼ିବାରେ ଲାଗିଛି। ବିଧାନସଭା ନିର୍ବାଚନ ସମୟରେ ଏହା ଏକ ଭଲ ସଙ୍କେତ ନୁହେଁ। ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ଟିକେଟ ନେଇ ସ୍ଥାନୀୟ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ରହିଛି। ଅନ୍ୟ କେତେକ ଆସନକୁ ନେଇ ନେତାଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ରହିଛି।

ରାଜ୍ୟ କଂଗ୍ରେସ ନେତାଙ୍କ ଅନୁସାରେ ଯଦି ଦଳ ତୁରନ୍ତ ଅସନ୍ତୋଷକୁ ଦୂର ନକରେ ତେବେ ନିର୍ବାଚନ ଲଢ଼େଇ ଅଧିକ କଷ୍ଟସାଧ୍ୟ ହେବ। କାରଣ, ୨୦୧୭ ବିଧାନସଭା ନିର୍ବାଚନରେ ଉତ୍ତରାଖଣ୍ଡରେ କଂଗ୍ରେସ ଏବଂ ଭାଜପା ମଧ୍ୟରେ ପ୍ରାୟ ୧୩ ପ୍ରତିଶତ ଭୋଟର ପାର୍ଥକ୍ୟ ଥିଲା। ଯେତେବେଳେ କି ୨୦୧୨ରେ ଉଭୟ ଦଳ ପ୍ରାୟ ସମାନ ସ୍ଥିତିାରେ ଥିଲେ। ତେଣୁ ନେତାଙ୍କ ମଧ୍ୟରେ ଅସନ୍ତୋଷ ଥିବାବେଳେ ଏଭଳି ପରିସ୍ଥିତିରେ ମିଳିତ କଂଗ୍ରେସ ବିନା ୧୩ ପ୍ରତିଶତ ଭୋଟ ବ୍ୟବଧାନ ଅତିକ୍ରମ କରି ବିଜୟର ଦ୍ୱାର ଦେଶରେ ପହଞ୍ଚିବା ସହଜ ନୁହେଁ।

ପଞ୍ଜାବରେ ମଧ୍ୟ କଂଗ୍ରେସର ଆଭ୍ୟନ୍ତରୀଣ ସ୍ଥିତି ଭଲ ନୁହେଁ। ଟିକଟ ବଣ୍ଟନ ଉପରେ ଅସନ୍ତୋଷ ବୃଦ୍ଧି ପାଉଛି। ଗୋଟିଏ ପରିବାରର ଗୋଟିଏ ଟିକେଟ ଫର୍ମୂଲା ଗ୍ରହଣ କରି ଦଳ ମୁଖ୍ୟମନ୍ତ୍ରୀ ଚାନ୍ନିଙ୍କ ଭାଇ ଡ. ମନୋହରଙ୍କୁ ଟିକେଟ ଦେଇନାହାଁନ୍ତି। କିନ୍ତୁ ଅମରଗଡରୁ ରାଜ୍ୟ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ଭଣଜାଙ୍କୁ ଟିକଟ ଦେଇଛନ୍ତି।

ସେହିପରି ଦଳର ବରିଷ୍ଠ ନେତା ରାଜୀନ୍ଦର କୌର ଭଟ୍ଟାଲଙ୍କ ସହିତ ସାହନେୱାଲରୁ ତାଙ୍କ ଜ୍ୱାଇଁ ବିକ୍ରମ ବାଜୱାଙ୍କୁ ଟିକଟ ମିଳିଛି।

ଅପରପକ୍ଷରେ ସିଟିଂ ବିଧାୟକମାନଙ୍କର ଟିକଟ କଟିଛି। ଫଳରେ ସେମାନେ ମଧ୍ୟ ବିଦ୍ରୋହୀ ପ୍ରାର୍ଥୀ ଭାବରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚେଷ୍ଟା କରୁଛନ୍ତି। ଏଭଳି ପରିସ୍ଥିତିରେ ଦଳ ବିଦ୍ରୋହୀମାନଙ୍କୁ ମନାଇବା ପାଇଁ ରାଜ୍ୟ କଂଗ୍ରେସ ନେତାମାନଙ୍କୁ ଦାୟିତ୍ୱ ଦିଆଯାଇଛି।

ସୁଖଜିନ୍ଦର ସିଂ ରାନ୍ଧୱା, ରାଜକୁମାର ଓ୍ବେରକା ଏବଂ ଅମରିନ୍ଦର ସିଂ ରାଜା ୱାଡିଗଙ୍କ ସମେତ ଅନେକ ନେତାଙ୍କୁ ଏହି ଅସନ୍ତୁଷ୍ଟଙ୍କୁ ବୁଝାସୁଝା କରିବାର ଲାଗି କୁହାଯାଇଛି। ରାଜ୍ୟରେ ବିଜୟ ପାଇଁ ଦଳ ନିର୍ବାଚନରେ ଚାଳିଶ ପ୍ରତିଶତରୁ ଅଧିକ ଭୋଟ ଆବଶ୍ୟକ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଆପଣଙ୍କ କାର ମୋ ମା’ଙ୍କ ଘର ସହ ସମାନ’, ମୋଦିଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓବାମା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ଯେଉଁଠାରେ ସେ ଆମେରିକାର ଡେଲାୱେରରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ ବୈଠକରେ...

ବର୍ଷକୁ ଦୁଇଟି ଗ୍ୟାସ ସିଲିଣ୍ଡର ମାଗଣା ମିଳିବ, ବଡ଼ ଘୋଷଣା କଲେ…

ନୂଆଦିଲ୍ଲୀ,୨୧।୯: ଜମ୍ମୁ କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଜମ୍ମୁରେ ପହଞ୍ଚିଛନ୍ତି। ଏହି ସମୟରେ...

ମିଛ ପ୍ରଚାର କରିବାରେ ଅମିତ ଶାହା ସବୁଠୁ ଆଗରେ: ଖାର୍ଗେ

ନୂଆଦିଲ୍ଲୀ, ୨୧।୯: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଜମ୍ମୁରେ ପହଞ୍ଚିଛନ୍ତି। ସେ ଜମ୍ମୁ କଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଦଳର ପ୍ରାର୍ଥୀ ତାରା ଚାନ୍ଦଙ୍କ ପାଇଁ...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୟ କରୁଛି ପାକିସ୍ତାନ: କାହିଁକି ଏମିତି କହିଲେ ଅମିତ ଶାହା

ଶ୍ରୀନଗର,୨୧।୯: ଜମ୍ମୁ କଶ୍ମୀରର ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ଜୋରଦାର ପ୍ରଚାର କରୁଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ମେହେନ୍ଦରରେ ପହଞ୍ଚିଛନ୍ତି।...

ଅମର ପ୍ରୀତ୍ ସିଂହ ହେବେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୨୧ା୯: ଅମର ପ୍ରୀତ୍‌ ସିଂହ ହେବେ ନୂଆ ବାୟୁସେନା ମୁଖ୍ୟ। ଏୟାର ମାର୍ଶଲ ଅମର ପ୍ରୀତ୍ ଏବେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ସରକାର...

ମୁଖ୍ୟମନ୍ତ୍ରୀ ଅସୁସ୍ଥ

ଶିମଲା,୨୧।୯: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଅସୁସ୍ଥ ହୋଇପଡିଛନ୍ତି। ସେ ଶିମଲା ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଚନ୍ତି।...

ଏହି ରାଜ୍ୟରେ ପ୍ରବେଶ କଲେ ୯୦୦ ଆତଙ୍କବାଦୀ! ସୁରକ୍ଷାକୁ ନେଇ ବଢିଲା ଚିନ୍ତା

ଇମ୍ଫାଲ,୨୧।୯: ମ୍ୟାନମାରରୁ ପ୍ରାୟ ୯୦୦ ଆତଙ୍କବାଦୀ ମଣିପୁରରେ ପ୍ରବେଶ କରିଥିଲେ। ଏହା ଦେଶର ସୁରକ୍ଷା ଭଙ୍ଗ କରିବାକୁ ପ୍ରସ୍ତୁତି ବୋଲଇ କୁହାଯାଉଛି। ଗୁପ୍ତଚର ରିପୋର୍ଟ ଆଧାରରେ...

ଦକ୍ଷିଣରୁ ଗୋରଖନାଥ ମନ୍ଦିର ଆସିଲେ ଭବାନୀ-ଭୋଲୁ

ଲକ୍ଷ୍ନୌ,୨୧।୯: ଆନ୍ଧ୍ରପ୍ରଦେଶର ୟେଲେଶ୍ୱରମରେ ଥିବା ଗୋଶାଳାରୁ ଗୋରଖନାଥ ମନ୍ଦିରକୁ ନାଦିପଥି କ୍ଷୁଦ୍ର ପ୍ରଜାତିର (ଗୋଟିଏ ଗାଈ ଏବଂ ଗୋଟିଏ ବାଛୁରୀ) ଶନିବାର ଅଣାଯାଇଛି। ଏମାନେ ଆସିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri