Categories: ଜାତୀୟ

କଂଗ୍ରେସ ଜାରି ରଖିଛି ବିଭାଜନ ରାଜନୀତି: ପ୍ରଧାନମନ୍ତ୍ରୀ…

ବେଙ୍ଗାଲୁରୁ,୩।୫ : କର୍ନାଟକର ମୁଦବିଦରିରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଭାରତ ମାତା କି ଜୟ ଏବଂ ବଜରଙ୍ଗ ବାଲି କି ଜୟଙ୍କ ସହ ତାଙ୍କର ଭାଷଣ ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଆମେ ସାବକା ସାଥ, ସବକା ବିକାଶ ମନ୍ତ୍ର ସହିତ ଆଗକୁ ବଢୁଛୁ, ଏଥିରେ ସମସ୍ତ ସାଧୁଙ୍କ ପ୍ରେରଣା ରହିଛି।

ଭାଜପା କର୍ନାଟକକୁ ଦେଶର ଏକ ନମ୍ବର ରାଜ୍ୟ କରିବାକୁ ଚାହୁଁଛି ଏବଂ ଏହାର ଭିତ୍ତିଭୂମିକୁ ଆଧୁନିକୀକରଣ ଏବଂ ମଜବୁତ କରିବାକୁ ଚାହୁଁଛି ଯାହା ଦ୍ୱାରା କର୍ଣ୍ଣାଟକ ଏକ ଉତ୍ପାଦନକାରୀ ଶକ୍ତି ହୋଇପାରିବ। ଅନ୍ୟପକ୍ଷରେ, କଂଗ୍ରେସ ଭୋଟ ମାଗିବା ସହିତ ଭାଜପା ଦ୍ୱାରା କରାଯାଇଥିବା ବିକାଶକୁ ସମାପ୍ତ କରିବାକୁ ଚାହୁଁଛି। ପୁରୁଣା ପେନସନ ଲାଗୁ କରିବା ପାଇଁ କଂଗ୍ରେସ ଦ୍ୱାରା ପ୍ରତିଶ୍ରୁତି ଦିଆଯାଉଛି। କଂଗ୍ରେସ ବିଭାଜନ ରାଜନୀତି କରୀ କ୍ଷମତା ଦଖଲ କରିବାକୁ ଚାହୁଁଛି। କର୍ନାଟକକୁ ନିଜର ଏଟିଏମ ଭାବେ କଂଗ୍ରେସ ବ୍ୟବହାର କରୁଛି। ରାଜ୍ୟର ଜନସାଧାରଣ ଏହାର ଉଚିତ ଜବାବ ଦେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share