Categories: ଜାତୀୟ

ପ୍ରଥମେ ପ୍ରତିଶ୍ରୁତି ପରେ ଦୁର୍ନୀତି କରିଥାଏ କଂଗ୍ରେସ, କହିଲେ ପ୍ରଧାନମନ୍ତ୍ରୀ…

ଡେରାଡୁନ୍‌, ୧୨।୨ : କଂଗ୍ରେସ ପ୍ରଥମେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇ ପରେ ଦୁର୍ନୀତି କରିଥାଏ। ଉତ୍ତର।ଖଣ୍ଡ ବିଧାନସଭା ପ୍ରଚାରରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଏଭଳି କହିଛନ୍ତି। ସେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ, ନିର୍ବାଚନୀ ପ୍ରଚାରରେ କରାଯାଇଥିବା ପ୍ରତିଶ୍ରୁତିକୁ ଭୁଲିଯିବାର ଗୁଣ କଂଗ୍ରେସ ଦଳର ରହିଛି। ମିଥ୍ୟାର ପାହାଡ଼ ଉପରେ କଂଗ୍ରେସ ଦଳ ଠିଆ ହୋଇଛି। ଭାଜପା ବିକାଶ କ୍ଷେତ୍ରରେ ସମସ୍ତ ପଦକ୍ଷେପ ଗ୍ରହଣ କରିଛି। ଏହା ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share