Categories: ଜାତୀୟ

ଅଧିକ କ୍ଷତିଗ୍ରସ୍ତ କରିବ ତୃତୀୟ ଲହର

ନୂଆଦିଲ୍ଲୀ,୧୪।୭: ବିଭିନ୍ନ ରାଜ୍ୟରେ କୋଭିଡ୍‌ ଟିକାର ଗୁରୁତର ଅଭାବ ଦେଖାଦେଇଥିବା କଂଗ୍ରେସ ଅଭିଯୋଗ କରିଛି। ଟିକାକରଣର ମନ୍ଥର ଗତି ଏବଂ କେନ୍ଦ୍ର ସରକାରଙ୍କ ବିଫଳତା ଯୋଗୁ ମହାମାରୀର ତୃତୀୟ ଲହର ଭାରତକୁ ଅଧିକ କ୍ଷତିଗ୍ରସ୍ତ କରିପାରେ ବୋଲି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି।

ଭାକ୍ସିନ ଅଭାବରୁ ଟିକାକରଣ ୬୦ ପ୍ରତିଶତ କମିଯାଇଥିବା ସେ ଅଭିଯୋଗ କରିଛନ୍ତି। ଟିକାକରଣ ଅଭିଯାନକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଆସୁଛନ୍ତି। ବିରୋଧୀ ଦଳ ଶାସିତ ରାଜ୍ୟଗୁଡ଼ିକ ସମେତ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାରେ ଟିକା ସଙ୍କଟ ଦେଖାଦେଇଛି। ଏଥିପାଇଁ ଟିକାକରଣ ୨ ଗୁଣା କରିବା ସହ ରାଜ୍ୟଗୁଡ଼ିକୁ ତୁରନ୍ତ ଯୋଗାଇଦେବା ପାଇଁ କଂଗ୍ରେସ ନେତା ଜୟରାମ ରମେଶ ପରାମର୍ଶ ଦେଇଛନ୍ତି।

Share