Posted inଜାତୀୟ

ରେଳମନ୍ତ୍ରୀଙ୍କ ଇସ୍ତଫା ଦାବିକଲା କଂଗ୍ରେସ

ନୂଆଦିଲ୍ଲୀ,୫ା୬: ବାହାନଗା ଟ୍ରିପଲ ଟ୍ରେନ୍‌ ଟ୍ରାଜେଡିକୁ ନେଇ ରାଜନୀତି ଆରମ୍ଭ ହୋଇଛି। ରେଳମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରେନ୍‌ଗୁଡ଼ିକର ଉଦ୍‌ଘାଟନ କରୁଥିବାବେଳେ ରେଳ ସୁରକ୍ଷା ପ୍ରତି ଆଖିବୁଜି ଦେଇଛନ୍ତି। ଭବିଷ୍ୟତରେ ଯେପରି ଏଭଭି ଦୁର୍ଘଟଣା ନ ଘଟେ ସେଥିପାଇଁ ଉପରୁ ତଳ ପର୍ଯ୍ୟନ୍ତ ସମସ୍ତ ପଦବୀ ଲାଗି ଉତ୍ତରଦାୟିତ୍ୱ ସ୍ଥିର କରାଯାଉ। ମୋଦିଙ୍କ ‘ପ୍ରଚାରବାଦୀ କୌଶଳ’ କାର୍ଯ୍ୟ ବ୍ୟବସ୍ଥାରେ ଛିତ୍ର ସୃଷ୍ଟି କରିଥିବା ଖାର୍ଗେ ସମାଲୋଚନା କରିଛନ୍ତି।
ରେଳପଥରେ ୩ ଲକ୍ଷ ପଦବୀ ଖାଲିପଡ଼ିଛି। ଏପରି କି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଦ୍ୱାରା ନିଯୁକ୍ତି ଦିଆଯାଉଥିବା ଉଚ୍ଚ ପଦବୀଗୁଡ଼ିକ ମଧ୍ୟ ଖାଲି ପଡ଼ିଛି। ଗତ ୯ ବର୍ଷ ମଧ୍ୟରେ ସେଗୁଡ଼ିକୁ କାହିଁକି ପୂରଣ କରାଗଲା ନାହିଁ ବୋଲି ଖାର୍ଗେ ପ୍ରଶ୍ନ କରିଛନ୍ତି। ମାନବ ସମ୍ବଳର ଅଭାବ ଯୋଗୁ ଲୋକୋ ପାଇଲଟ୍‌ମାନେ ଦୀର୍ଘ ସମୟ ଧରି କାମ କରୁଛନ୍ତି। ସେମାନେ ଚାପଗ୍ରସ୍ତ ହେଉଥିବାରୁ ଦୁର୍ଘଟଣା ବଢ଼ୁଥିବା ନେଇ ନିକଟରେ ରେଲଓ୍ବେ ବୋର୍ଡ ସ୍ବୀକାର କରିଥିଲା। ଲୋକୋ ପାଇଲଟ୍‌ ପଦବୀ ପୂରଣ କାହିଁକି କରାଯାଉ ନାହିଁ। ସେହିପରି ଦକ୍ଷିଣ ପଶ୍ଚିମ ରେଲଓ୍ବେ ଜୋନ୍‌ର ପ୍ରିନ୍ସିପାଲ ଚିଫ୍‌ ଅପରେଟିଂ ମ୍ୟାନେଜର ଗତ ଫେବୃୟାରୀ ୮ରେ ସିଗ୍‌ନାଲିଂ ସିଷ୍ଟମ୍‌ର ମରାମତି ପାଇଁ ଦାବି କରିଥିଲେ। ରେଳ ମନ୍ତ୍ରଣାଳୟ ଏହା ଉପରେ କାହିଁକି ପଦକ୍ଷେପ ନେଲା ନାହିଁ ବୋଲି ଖାର୍ଗେ ପଚାରିଛନ୍ତି।
ଷ୍ଟାଣ୍ଡିଂ କମିଟି ଏହାର ୩୨୩ତମ ରିପୋର୍ଟରେ ରେଲଓ୍ବେକୁ ସମାଲୋଚନା କରିଥିଲା। କାରଣ କମିଶନ ଅଫ୍‌ ରେଲଓ୍ବେ ସେଫ୍ଟି (ସିଆର୍‌ଏସ୍‌) ପକ୍ଷରୁ କରାଯାଇଥିବା ସୁପାରିସଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ରେଲଓ୍ବେ ବୋର୍ଡ ତତ୍ପରତା ଦେଖାଇ ନ ଥିଲା। ସିଆର୍‌ଏସ୍‌ ମୋଟ ଦୁର୍ଘଟଣାର ମାତ୍ର ୮ରୁ ୧୦% ମାମଲାରେ ତଦନ୍ତ କରିଥାଆନ୍ତି। ସିଆର୍‌ଏସ୍‌ ବ୍ୟବସ୍ଥାକୁ କାହିଁକି ସୁଦୃଢ଼ କରାଯାଉ ନାହିଁ ବୋଲି ଖାର୍ଗେ ଟୁଇଟରରେ ପ୍ରଶ୍ନ କରିଛନ୍ତି। ସେହିପରି ସିଏଜି ରିପୋର୍ଟର ଅବତାରଣା କରି ପ୍ରଧାନମନ୍ତ୍ରୀଙ୍କୁ ସେ ଘେରିଛନ୍ତି। କଂଗ୍ରେସ ଏମ୍‌ପି ଶକ୍ତିସିଂ ଗୋହିଲ ଏବଂ ଏଆଇସିସି ପବ୍ଲିସିଟି ଆଣ୍ଡ୍‌ ମିଡିଆ ବିଭାଗ ମୁଖ୍ୟ ପବନ ଖେରା ଏହି ଦୁର୍ଘଟଣାକୁ ‘ମାନବକୃତ ବିପର୍ଯ୍ୟୟ’ ଭାବେ ଅଭିହିତ କରିଛନ୍ତି। ଖେରା କହିଛନ୍ତି, ଯିଏ ଦୋଷୀ ପ୍ରମାଣିତ ହେବେ ତାଙ୍କୁ ଛଡ଼ାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଥମେ ରେଳମନ୍ତ୍ରୀଙ୍କୁ ବରଖାସ୍ତ କରି ଏହି କାର୍ଯ୍ୟାନୁଷ୍ଠାନ ନିଆଯାଉ।
କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛନ୍ତି। ଓଡ଼ିଶାର ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଉଚ୍ଚ ପଦବୀରେ ଥିବା ବ୍ୟକ୍ତିଙ୍କ ଉତ୍ତରଦାୟିତ୍ୱ କାହିଁକି ସ୍ଥିର କରାଯାଇ ନାହିଁ ବୋଲି ପ୍ରିୟଙ୍କା ଟୁଇଟ୍‌ କରିଛନ୍ତି। ବିଶେଷଜ୍ଞ, ପାର୍ଲାମେଣ୍ଟାରି କମିଟି ଏବଂ ସିଏଜିଙ୍କ ପ୍ରସ୍ତାବକୁ ଅଣଦେଖା କରିବାରେ କିଏ ଦାୟୀ? ରେଲଓ୍ବେରେ ଖାଲି ପଡ଼ିଥିବା ପଦବୀ ଏବଂ ଗୁରୁତ୍ୱପୂର୍ଣ୍ଣ ସେକ୍ଟରଗୁଡ଼ିକରେ ପାଣ୍ଠି ଅଭାବ ପାଇଁ କାହାକୁ ଦାୟୀ କରାଯିବ? ଲାଲ ବାହାଦୁର ଶାସ୍ତ୍ରୀ, ନୀତୀଶ କୁମାର ଏବଂ ମାଧବରାଓ ସିନ୍ଧିଆଙ୍କ ନୈତିକ ପଥ ଅନୁସରଣ କରି ରେଳମନ୍ତ୍ରୀ ଇସ୍ତଫା ଦେବା ଉଚିତ ନୁହେଁ କି ବୋଲି ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଦ୍ଧବ ଠାକରେଙ୍କୁ ବଡ଼ ଝଟ୍‌କା: ଟିକେଟ୍‌ ମିଳିବା ପରେ ନାଁ ପ୍ରତ୍ୟାହାର କଲେ ପ୍ରାର୍ଥୀ: ଏବେ ଏକନାଥ ଶିନ୍ଦେଙ୍କୁ ସମର୍ଥନ

ପୁଣେ,୨୮।୧୦: ମହାରାଷ୍ଟ୍ରରେ ନିର୍ବାଚନ ତାତି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସମ୍ଭାଜିନଗର ସେଣ୍ଟ୍ରାଲରୁ ଉଦ୍ଧବ ଠାକରେଙ୍କ ଦଳର ପ୍ରାର୍ଥୀ ତାଙ୍କ ନାମ ପ୍ରତ୍ୟାହାର...

ଭଙ୍ଗା-ଗଢା ରାଜନୀତି କରୁଛି ଭାଜପା: ସଞ୍ଜୟ ରାଉତ

ମୁମ୍ବାଇ,୨୮।୧୦: ଶିବସେନାର ରାଜ୍ୟ ସଭା ଏମପି (ଉଦ୍ଧବ ବାଲାସାହେବ ଠାକରେ) ଏବଂ ଦଳର ମୁଖପାତ୍ର ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି ଯେ ବିଭିନ୍ନ ଦଳ ଭାଙ୍ଗି...

ସ୍ପେନିସ ଫୁଟବଲକୁ ନେଇ ଏମିତି କହିଲେ ମୋଦି

ବଦୋଦରା,୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ସୋମବାର ଭଦୋଦରାସ୍ଥିତ ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ କ୍ୟାମ୍ପସରେ C-295 ବିମାନ ଉତ୍ପାଦନ...

ଭୋଟ ପୂର୍ବରୁ ମାଗଣା ବିଜୁଳି, ଋଣ ଛାଡ ଭଳି ଲଲିପପ ଦେଖାଉଛନ୍ତି ନେତା!

ରାଞ୍ଚି,୨୮।୧୦: ଝାଡ଼ଖଣ୍ଡର ୨୦୨୪ ବିଧାନସଭା ନିର୍ବାଚନ ପାଖେଇ ଆସିବା ମାତ୍ରେ ଗୋଡ୍ଡା ଜିଲାର ପଥରଗାମା ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଅବିଶ୍ୱାସର ଭାବନା ସୃଷ୍ଟି...

ମୁହଁ ଖୋଲିଲେ ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼, କହିଲେ କ’ଣ ହୋଇଥିଲା ଆଲୋଚନା

ନୂଆଦିଲ୍ଲୀ,୨୮ା୧୦: ଗଣେଶ ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନ ବାସଭବନକୁ ଆସିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼। ଏହି ଘଟଣାକୁ ନେଇ...

ଓ୍ବେଟିଂ ଲିଷ୍ଟ କନଫର୍ମ ହେବ କି ନା, ଟିକେଟରେ ଥିବା କୋଡ ଦେଖି ନିଜେ କରିପାରିବେ ଚେକ୍‌

ନୂଆଦିଲ୍ଲୀ,୨୮।୧୦: ଦୀପାବଳି ସମୟରେ ପ୍ରାୟ ସବୁ ଟ୍ରେନରେ ଯାତ୍ରୀଙ୍କ ଭିଡ ପରିଲକ୍ଷିତ ହୋଇଥାଏ। ବିଶେଷକରି ଉତ୍ତର ପ୍ରଦେଶ-ବିହାର ଯାଉଥିବା ଟ୍ରେନରେ କନଫର୍ମ ଟିକେଟ ପାଇବା କଷ୍ଟକର...

ଆସନ୍ତାକାଲି ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ, ନୂଆ କାର୍ଡରେ ସୁବିଧା ପାଇବେ…

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮ା୧୦: ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନାର ପାର୍ଟ-୨ ଆରମ୍ଭ ହେବ। ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ...

ବିମାନ ପରେ ଏବେ ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ତିରୁପତି,୨୮।୧୦: ତିରୁପତିସ୍ଥିତ ଇସ୍କନ ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି। ରବିବାର ଇମେଲ ମାଧ୍ୟମରେ ଏହି ଧମକ ଗ୍ରହଣ କରାଯାଇଥିଲା। ମନ୍ଦିର ପ୍ରଶାସନ ପୋଲିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri