Advertisement

କୃଷି ଆଇନ ଫେରାଇ ନେବାକୁ କଂଗ୍ରେସର ଦାବି: ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ

ନୂଆଦିଲ୍ଲୀ, ୨୮।୯: କୃଷି ଆଇନ ଫେରାଇ ନେବାକୁ କଂଗ୍ରେସ ଦାବି କରିଛି। ଏହା ବିରୋଧରେ କେରଳର କଂଗ୍ରେସ ସଦସ୍ୟ ଟି.ଏନ୍‌. ପ୍ରତାପନ କୃଷି ଅଧିନିୟମକୁ ଚ୍ୟାଲେଞ୍ଜ୍‌ କରି ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସରକାର ଏହାକୁ ଫେରାଇ ନେବାକୁ ସେ ରିଟ୍‌ ପିଟିଶନ୍‌ ଦାଏର କରିଛନ୍ତି। କୃଷି ଆଇନକୁ ନେଇ ଦେଶବ୍ୟାପି ପ୍ରଦର୍ଶନ ଜାରି ରହିଛି। ଏହାଦ୍ୱାରା କୃଷକଙ୍କର କ୍ଷତି ହେବ ବୋଲି ବିରୋଧୀ ଦଳଙ୍କ ପକ୍ଷରୁ କୁହାଯାଉଛି। ତେବେ କୃଷି ଆଇନ ଦ୍ୱାରା ଅନ୍ନଦାତାଙ୍କ ଆର୍ଥିକ ବିକାଶ ସମ୍ଭବ ହୋଇପାରିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି। ଏହି ଆଇନ ଦ୍ୱାରା କୃଷକ ନିଜ ଅମଳ ଫସଲକୁ ଯେ କୌଣସି ସ୍ଥାନରେ ବିକ୍ରି କରିପାରିବେ ବୋଲି କେନ୍ଦ୍ର ସରକାର କହିଛନ୍ତି। ଏହା ଏକ ଐତିହାସିକ ପଦକ୍ଷେପ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share