Categories: ଜାତୀୟ

କଂଗ୍ରେସ ହିଁ କେବଳ କରିପାରେ ରକ୍ତରେ ଚାଷ: କୃଷିମନ୍ତ୍ରୀ

ନୂଆଦିଲ୍ଲୀ,୫ ।୨: କେନ୍ଦ୍ରୀୟ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଶୁକ୍ରବାର ରାଜ୍ୟ ସଭାରେ କୃଷି ଆଇନୁ ନେଇ ନିଜର ମତ ରଖିଛନ୍ତି । ସେ ଗାଁ, ଗରିବ ଓ କୃଷକଙ୍କ ଉପରେ କହିବା ବେଳେ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ ସାରା ବିଶ୍ୱକୁ ଏହା ଜଣା ଯେ ଚାଷ ପାଣି ଦ୍ୱାରା ହୋଇଥାଏ । ହେଲେ ରକ୍ତରେ କେବଳ କଂଗ୍ରେସ ହିଁ ଚାଷ କରିପାରେ । ଭାରତୀୟ ଜନତା ପାର୍ଟି(ଭାଜପା) କେବେହେଲେ ରକ୍ତର ଚାଷ ନ କରିପାରେ । ତୋମର ଆହୁରି ମଧ୍ୟ କହିଛନ୍ତି, ମୁଁ ଦୁଇ ମାସ ହେବ ପଚାରୁଛି ଯେ କୃଷି ଆଇନରେ କ’ଣ ଭୁଲ ରହିଛି ହେଲେ ଏହାର କୌଣସି ଯବାବ ମୋତେ ମିଳିନାହିଁ । କିନ୍ତୁ କୃଷକମାନେ ଆନ୍ଦୋଳନରୁ ଓହରି ଯାଉ ନାହାନ୍ତି । ଏହାସହ କୃଷି ଆଇନକୁ ନେଇ ବିରୋଧୀ କୃଷକଙ୍କୁ ଭୁଲ କଥା କହୁଥିବା ତୋମର କହିଛନ୍ତି ।

Share