କ୍ଷମତା ପାଇଁ ଅରାଜକତା କରିବାକୁ ପଛାଏ ନାହିଁ କଂଗ୍ରେସ, କାହିଁକି ମୁଖ୍ୟମନ୍ତ୍ରୀ କହିଲେ ଏମିତି

ଭୁବନେଶ୍ୱର,୨୫।୮(ଅନିଲଦାସ): କ୍ଷମତା ପାଇଁ କଂଗ୍ରେସ ଦେଶରେ ଅରାଜକତା, ବିଶୃଙ୍ଖଳା, ଅସ୍ଥିରତା, ବିଦ୍ୱେଷ ସୃଷ୍ଟି କରିବାକୁ ଆଦୌ ପଛଘୁଞ୍ଚା ଦିଏ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
କଂଗ୍ରେସକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶ ବିଭାଜନକାରୀ ଓ ରାଷ୍ଟ୍ରବିରୋଧୀ ତତ୍ତ୍ୱ ସହ ହାତ ମିଳାଇ ବାରମ୍ବାର ଦେଶବାସୀଙ୍କ ସ୍ବାର୍ଥ ଓ ରାଷ୍ଟ୍ରର ସୁରକ୍ଷାକୁ ବିପଦରେ ପକାଇଛି। ନିଜ ସ୍ବାର୍ଥକୁ ଚରିତାର୍ଥ କରିବା ପାଇଁ ଆଗାମୀ ଜମ୍ମୁ ଓ କଶ୍ମୀର ବିଧାନସଭା ନିର୍ବାଚନରେ ଅବଦୁଲ୍ଲା ପରିବାର ଦ୍ୱାରା ପରିଚାଳିତ ‘ନ୍ୟାଶନାଲ କନଫରେନ୍ସ’ ସହ ମେଣ୍ଟ କରି ବହୁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନ୍ୟାଶନାଲ କନ୍‌ଫରେନ୍ସ ନିଜ ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପ୍ରସଙ୍ଗରେ କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀ ଦେଶବାସୀଙ୍କୁ ସ୍ପଷ୍ଟୀକରଣ ଦେବା ଉଚିତ।
ଜମ୍ମୁ ଓ କଶ୍ମୀରରେ ପୃଥକ୍‌ ପତାକା ପାଇଁ ନ୍ୟାଶନାଲ କନ୍‌ଫରେନ୍ସର ପ୍ରତିଶ୍ରୁତିକୁ କଂଗ୍ରେସ ଦଳ ସମର୍ଥନ କରୁଛି କି। ଜମ୍ମୁ ଓ କଶ୍ମୀରରେ ପୁଣି ଥରେ ଧାରା ୩୭୦ ଓ ୩୫ (କ)ର ପୁନଃସ୍ଥାପିତ କରିବାକୁ ନ୍ୟାଶନାଲ କନଫରେନ୍ସର ପ୍ରତିଶ୍ରୁତିକୁ କଂଗ୍ରେସ ଦଳ ସମର୍ଥନ କରୁଛି କି। ଏହା ଦ୍ୱାରା ଜମ୍ମୁ ଓ କଶ୍ମୀରରେ ପୁଣି ଥରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି କରି, ଅଶାନ୍ତ ବାତାବରଣ ସୃଷ୍ଟି କରାଯିବାକୁ ସମର୍ଥନ କରୁଛି କି ବୋଲି ମୁଖ୍ୟମନ୍ତ୍ରୀ କଂଗ୍ରେସକୁ ପ୍ରଶ୍ନ କରିଛନ୍ତି।
ଜମ୍ମୁ ଓ କଶ୍ମୀରବାସୀଙ୍କ ସହ କଥାବାର୍ତା ହୋଇ ଶାନ୍ତି ସୌହାର୍ଦ୍ଦ୍ୟ ପ୍ରତିଷ୍ଠା ବଦଳରେ ଚରମ ଶତ୍ରୁ ପାକିସ୍ତାନ ସହ କଥାବାର୍ତ୍ତା କରି ବିଚ୍ଛିନ୍ନତାବାଦୀଙ୍କୁ ପ୍ରୋତ୍ସାହନ ଦେବା ପ୍ରତି କଂଗ୍ରେସର ସମର୍ଥନ ଅଛି କି । ପାକିସ୍ତାନ ସହିତ ବାଣିଜ୍ୟ ଆରମ୍ଭ କରିବା ଆଳରେ ସୀମାରେ ଆତଙ୍କବାଦ କାର୍ଯ୍ୟକଳାପର ପ୍ରୋତ୍ସାହନକୁ କଂଗ୍ରେସ ଦଳ ସମର୍ଥନ କରୁଛି କି। ଏହାଦ୍ୱାରା ସ୍ଥାନୀୟ ଇକୋସିଷ୍ଟମ ପ୍ରଭାବିତ ହେବ ନାହିଁ କି। ଆତଙ୍କବାଦୀ ଓ ପଥର ମାଡ଼ କାର୍ଯ୍ୟରେ ସମ୍ପୃକ୍ତ ଲୋକ ଏବଂ ତାଙ୍କ ପରିବାରର ସଦସ୍ୟମାନଙ୍କୁ ସରକାରୀ ଚାକିରି ଦେବା ନ୍ୟାଶନାଲ କନ୍‌ଫରେନ୍ସର ନିଷ୍ପତ୍ତିିକୁ କଂଗ୍ରେସ ସମର୍ଥନ କରୁଛି କି। କଂଗ୍ରେସ – ମେଣ୍ଟ ଦ୍ୱାରା ସଂରକ୍ଷଣ ବ୍ୟବସ୍ଥାର ଅନ୍ତ ଘଟାଇବାର ଚକ୍ରାନ୍ତ କରାଯାଉଛି। ଦଳିତ, ଗୁଜ୍ଜର, ବକରବାଲ ଓ ପାହାଡ ଅଞ୍ଚଳ ବାସିନ୍ଦାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ସମାପ୍ତ କରି ତାଙ୍କ ପ୍ରତି ଅନ୍ୟାୟ କରିବାକୁ ଯାଉଛି ନ୍ୟାଶନାଲ କନଫରେନ୍ସ। ଏହାକୁ କଂଗ୍ରେସ ଦଳ ସମର୍ଥନ କରୁଛି କି। ‘ଶଙ୍କରାଚାର୍ଯ୍ୟ ପର୍ବତ’କୁ ‘ତକ୍ତ-ଏ-ସୁଲେମାନ’ ଏବଂ ‘ହରି ପର୍ବତ’କୁ ‘କୋହ-ଏ-ମାରନ୍‌’ ନାମରେ ପରିଣତ କରିବାର ନ୍ୟାଶନାଲ କନ୍‌ଫରେନ୍ସର ଚକ୍ରାନ୍ତକୁ କଂଗ୍ରେସର ସମର୍ଥନ ରହିଛି କି। ଜମ୍ମୁ-କଶ୍ମୀରର ଅର୍ଥ ବ୍ୟବସ୍ଥାକୁ ପୁନର୍ବାର ଦୁର୍ନୀତି ମଧ୍ୟକୁ ଠେଲି ଦେଇ ଏକ ପାକିସ୍ତାନ ସମର୍ଥିତ ଏକ ନିର୍ଦ୍ଦିଷ୍ଟ ପରିବାରକୁ ହସ୍ତାନ୍ତର କରିବା ରାଜନୀତିକୁ କଂଗ୍ରେସ ସମର୍ଥନ କରୁଛି କି। ଜମ୍ମୁ ଏବଂ ଘାଟି ଅଞ୍ଚଳବାସିନ୍ଦାଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରି ଅସ୍ଥିରତା ସୃଷ୍ଟି କରିବାକୁ କଂଗ୍ରେସ ଦଳ ଚାହୁଁଛି କି। ଜମ୍ମୁ ଓ କଶ୍ମୀରକୁ ସ୍ବାୟତ୍ତତା ପ୍ରଦାନ କରି ନ୍ୟାଶନାଲ କନ୍‌ଫରେନ୍ସର ବିଭାଜନକାରୀ ରାଜନୀତିକୁ କଂଗ୍ରେସ ସମର୍ଥନ କରୁଛି କି। କଂଗ୍ରେସ ଏବଂ ତାଙ୍କ ନେତା ରାହୁଲ ଗାନ୍ଧୀ ଦେଶବାସୀଙ୍କ ସମ୍ମୁଖରେ ଏହାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି 

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ...

ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ

କାଶୀନଗର,୨୦ା୯(ଟି. କ୍ରିଷ୍ଣା ରାଓ): ଗଜପତି ଜିଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ପାଣିରେ ବେଦାନ୍ତ କାରଖାନାର କାଷ୍ଟିକ ପୋଖରୀ ହୁଡା ଭାଙ୍ଗି କ୍ଷୟକାରୀ ବିଷାକ୍ତ...

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ଏହି ତାରିଖ ଯାଏ କରିପାରିବେ ଆବେଦନ

ଭୁବନେଶ୍ୱର,୧୯।୯: ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ନଭେମ୍ବର ମାସ ୮ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ କରିପାରିବେ। ଚାଷୀମାନେ cmkissan.odisha.gov.in ମାଧ୍ୟମରେ ପଞ୍ଜିକରଣ କରିପାରିବେ। ଏହି...

ମୁଖ୍ୟ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ଘରୁ ମିଳିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍

ବାଲେଶ୍ୱର,୧୯।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ବିପୁଳ ପରିମାଣର ଆୟାବହିର୍ଭୁତ ସମ୍ପତ୍ତି ଜବତ...

ଗ୍ରାହକ ହୋଇ କିଣିବା ବାହାନାରେ ଆସି ଗହଣା ଦୋକାନରୁ….

ବ୍ରହ୍ମପୁର,୨୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗ୍ରାହକ ହୋଇଆସି ଜଣେ ବ୍ୟକ୍ତି ଦୋକାନରୁ ସୁନା ଗହଣା ଚୋରାଇ ନେଇଛନ୍ତି। ଦୋକାନ ମାଲିକ ସତ୍ୟନାରାୟଣ ସେନାପତି ଏହି ସମ୍ପର୍କରେ ବଡ଼ବଜାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri